ୟୁକ୍ରେନ ରେଳ ଷ୍ଟେସନରେ ଋଷର ରକେଟ ମାଡ଼
ମସ୍କୋ : ୟୁକ୍ରେନର ଏକ ରେଳ ଷ୍ଟେସନରେ ଋଷ ରକେଟ ମାଡ଼ କରିବାରୁ ୨୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ସୂଚନା ଦେଇଛନ୍ତି ।
ଅଗଷ୍ଟ ୨୪ରେ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ଜେଲେନସ୍କି ଏହା କହିଛନ୍ତି । ଏନେଇ ସେ ଜାତିସଂଘ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ କରିଛନ୍ତି । ୟୁକ୍ରେନର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ଋଷୀୟ ଅଧିକୃତ ଦୋନେତସ୍କର ୧୪୫ କିଲୋମିଟର ଦୂରରେ ଥିବା କ୍ଷୁଦ୍ର ନଗରୀ ଚାପଲିନରେ ରୁଷୀୟ ରକେଟ ମାଡ଼ ହୋଇଥିଲା । ରକେଟ ଟ୍ରେନ ଉପରେ ପଡ଼ିବା ଫଳରେ ୪ଟି ବଗି ପୋଡ଼ିଯାଇଛି ।
ଏହି ଅବସରରେ ଜେଲେନସ୍କି କହିଛନ୍ତିଯେ, ଆକ୍ରମଣକାରୀଙ୍କୁ ଆମେ ଦେଶରୁ ବିତାଡ଼ିତ କରିବୁ । ଏଥିରେ କୌଣସି ସନ୍ଦେହ ନାହିଁ । ସ୍ୱାଧୀନ ୟୁକ୍ରେନରେ ଦୁର୍ଗତିର ଚିହ୍ନବର୍ଣ୍ଣ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
Powered by Froala Editor