ଆସ୍ଥା ଭୋଟରେ ଜିତିଲେ ନୀତୀଶ
ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ଜେଡିୟୁ-ଆରଜେଡି ମହାମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ସରକାରକୁ ୧୬୪ ଜଣ ବିଧାୟକ ସମର୍ଥନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ପ୍ରାମାଣ କରିଥିଲେ ନୀତିଶ।
କନଫିଡେନ୍ସ ମୋସନରେ ହୋଇଥିବା ବିତର୍କରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଭାଗ ନେଇ ନୂଆ ପାର୍ଟନରସିପ ଏକ ଐତିହାସିକ ସାବ୍ୟସ୍ତ ହେବ ବୋଲି କହିଥିଲେ। ଆମ ଯୋଡ଼ି ଲମ୍ବା ସମୟ ଧରି କାଏମ ରହିବ। କେହି ସମ୍ପର୍କ ତୁଟାଇ ପଳାଇ ଯିବେ ନାହିଁ ବୋଲି ତେଜସ୍ୱୀ କହିଥିଲେ।
ତେବେ ବିଜେପି ନେତା ତାରା କିଶୋର ପ୍ରସାଦ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ ନୀତୀଶ କୁମାର ରାଜନୀତିରେ ବିଶ୍ୱସନୀୟତା ହରାଇ ସାରିଛନ୍ତି। ନିଜ ଦକ୍ଷତା ବଳରେ ମୁଖ୍ୟମନ୍ତ୍ରୀ ହେବାର ଦମ ନଥିବା ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଛନ୍ତି।
ଆଜିର ବିଧାନସଭା ସେଶନରେ ବାଚିସ୍ପତି ତଥା ବିଜେପିର ବିଜୟ କୁମାର ସିହ୍ନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। କିନ୍ତୁ ସେ ତୁରନ୍ତ ବିଧାନସଭା ଆସନ ପରିତ୍ୟାଗ କରିଥିଲେ। ସେ କହିଥିଲେ ଆସନ୍ତାକାଲି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ। ତେଣୁ ତାଙ୍କ ସ୍ଥାନରେ ଜେଡିୟୁ ପକ୍ଷରୁ଼ ଡେପୁଟି ସ୍ପିକର ପରିଚାଳନା କରିଥିଲେ।
ବିଧାନସଭାରେ ଆସ୍ଥା ଭୋଟ୍ ଉପ ସ୍ଥାପନ କରି ନୀତୀଶ କୁମାର କାହିଁକି ବିଜେପି ସହ ସମ୍ପର୍କ ଭାଙ୍ଗିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ନାମ ନ ନେଇ ସେ କେନ୍ଦ୍ର ସରକାର ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କରିଥିଲେ। ବିଜେପିର ବର୍ତ୍ତମାନର କେନ୍ଦ୍ରୀୟ ନେତୃତ୍ୱକୁ ସମାଲୋଚନା କରି ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପ୍ରଶଂସା କରିଥିଲେ ନୀତୀଶ।

Powered by Froala Editor