ଗଛରୁ ବିଜେପି ନେତାଙ୍କ ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ରକ୍ତ ଛିଟା
ଜମ୍ମୁ-କଶ୍ମୀରର କଠୁଆ ଅନ୍ତର୍ଗତ ହୀରୀଗନର ଅଞ୍ଚଳରୁ ବିଜେପି ନେତାଙ୍କ ମୃତଦେହ ମିଳିଛି । ବିଜେପି ନେତାଙ୍କ ନାଁ ସୋମ ରାଜ। ରହସ୍ୟଜନକ ଅବସ୍ଥାରେ ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ସୋମ ରାଜଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ସୋମ ରାଜଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସେହିପରି ଘଟଣା ପରେ ସୋମଙ୍କ ଘରେ ଅନେକ ବିଜେପି ନେତା ପହଞ୍ଚିଥିଲେ। ସେମାନେ ମଧ୍ୟ ଘଟଣାର ତଦନ୍ତ ଦାବି କରିଛନ୍ତି।
ତାଙ୍କ ମୃତଦେହ ଗଛରେ ଝୁଲିଥିବା ବେଳେ ଜଣେ ଗ୍ରାମବାସୀ ପ୍ରଥମେ ଏହାକୁ ଦେଖିଥିଲେ। ଗାଁ ଲୋକଙ୍କ କହିବା କଥା ୩ ଦିନ ହେଲା ସୋମ ରାଜ ନିଖୋଜ ଥିଲେ। ତାଙ୍କୁ ଖୋଜିବାକୁ ପରିବାର ଲୋକ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୋମ ରାଜଙ୍କ ଶରୀରରୁ ରକ୍ତ ଛିଟା ମିଳିଛି। ଏହାକୁ ଆଧାର କରି ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

Powered by Froala Editor