ମିଡିଆ ଜଗତରେ ପ୍ରବେଶ କଲା ଅଦାନୀ ଗ୍ରୁପ୍ : NDTV କିଣିବାକୁ ବିଜ୍ଞପ୍ତି ଜାରି
ଭାରତର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଏନଡିଟିଭିକୁ କିଣିବ ଆଦାନୀ ଗ୍ରୁପ। ଏ ନେଇ ଆଦାନୀ ଗ୍ରୁପ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗ୍ରୁପର ଅନ୍ୟତମ କଂପାନୀ AMG Media Networks Limited, ଏନଡିଟିଭିର ୨୯.୧୮ ପ୍ରତିଶତ ଷ୍ଟେକ ଅଧିଗ୍ରହଣ କରିବ। ଏଥିସହ ଏବେ କମ୍ପାନୀ ଆଉ ୨୬% ଅଂଶଧନ କିଣିବ ବୋଲି ଘୋଷଣା କରିଛି। ଯଦି ଆଦାନୀ ଗ୍ରୁପ୍ ଉକ୍ତ ୨୬% ଅଂଶଧନ କିଣି ନେବ, ତା’ହେଲେ NDTVର ମାଲିକାନା ୫୫% ଅଂଶଧନ ସହ ଆଦାନୀ ଗ୍ରୁପ୍ ହାତକୁ ଚାଲିଯିବ।
ମଙ୍ଗଳବାର ଆଦାନୀ ଗ୍ରୁପର ଏଏମଜି ମିଡିଆ ନେଟୱର୍କର ସହାୟତାରେ ପରିଚାଳିତ ଭିସିପିଏଲ୍ ମାଧ୍ୟମରେ ଏନଡିଟିଭିର ପ୍ରମୋଟର ଆରଆରପି ହୋଲଡିଂ ପ୍ରାଇଭେଟ ଲିମିଟେଡରେ ୯୯.୯୯% ଅଂଶଧନ କିଣି ନେଇଛି। ଏହି ଆରଆରପି ହୋଲଡିଂ ପ୍ରାଇଭେଟ ମିଡିଆ ହାଉସ୍ NDTVର ୨୯.୧୮% ଅଂଶଧନ ରଖିଥିଲା। ତେଣୁ ପରୋକ୍ଷ ଭାବେ ଏଏମଜି ମିଡିଆ ନେଟୱର୍କ ଏନଡିଟିଭିର ୨୯.୧୮% ଅଂଶଧନ ହାସଲ କରିଛି। ଏହାବାଦ ଏନଡିଟିଭିର ଅତିରିକ୍ତ ୨୬% ଅଂଶଧନ କିଣିବାକୁ ମଧ୍ୟ ଆଦାନୀ ଗ୍ରୁପ୍ ଘୋଷଣା କରିଛି। ଶେୟାର ପିଛା ୨୯୪ ଟଙ୍କା ଲେଖାଏ ଦେବାକୁ vishvapradhan Commercial Pvt Ltd ସହ AMG Media Networks and Adani Enterprises Ltd ମିଳିତ ଭାବେ ଏପରି ଅଫର ଦେଇଛନ୍ତି। ସେମାନେ NDTVର ୧,୬୭,୬୨,୫୩୦ ପୂର୍ଣ୍ଣ ଦେୟ ଇକ୍ୟୁଟି ଶେୟାର କିଣିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ଏନଡିଟିଭିର ସେୟାର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇଁ ୩୭୭.୫୫ ପଇସାରେ କାରବାର ବନ୍ଦ ହୋଇଛି।
Powered by Froala Editor