ତ୍ରିରଙ୍ଗା ଧରିଥିବା ନିଯୁକ୍ତି ଆଶାୟୀଙ୍କୁ ଆଖିବୁଜା ପିଟିଲେ ଅତିରିକ୍ତ ଜିଲ୍ଲାପାଳ
ବିହାରରେ ଶିକ୍ଷକ ନିଯୁକ୍ତି ବିଳମ୍ବକୁ ନେଇ ଶହ ଶହ ଆଶାୟୀ ସୋମବାର ପାଟନାରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା କରିବା ସହ ପାଣିମାଡ଼ କରିଛି। ଏପରିକି ଜାତୀୟ ପତାକା ଧରିଥିବା ଜଣେ ନିଯୁକ୍ତି ଆଶାୟୀ ତଳେ ପଡ଼ିଯାଇଥିବା ବେଳେ ତାଙ୍କୁ ପାଟନା ଅତିରିକ୍ତ ଜିଲାପାଳ କେ.କେ. ସିଂ ଲାଠିରେ ପିଟୁଥିବାର ଦେଖାଯାଇଛି।
ଏହି ଲାଠି ଚାର୍ଜର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ନିଯୁକ୍ତି ଆଶାୟୀ ଜାତୀୟ ପତାକା ଧରି ରାସ୍ତାରେ ପଡ଼ି ନାରା ଦେଉଥିଲା ବେଳେ କେତେକ ପୁଲିସ ତାଙ୍କୁ ଘେରି ଲାଠିରେ ପିଟୁଛନ୍ତି। ସେ ଅସହାୟ ହୋଇ ଚିତ୍କାର କରୁଥିବା ବେଳେ ପୁଲିସ ତାଙ୍କୁ ନିର୍ଦ୍ଧୁମ ବାଡ଼ଉଥିବା ଦେଖିବାକୁ ମିଳିଛି । ପୁଲିସ ସହ ଜଣେ ବ୍ୟୁରୋକ୍ରାଟ ମଧ୍ୟ ତାଙ୍କୁ ପିଟୁଥିବା ଦେଖିବାକୁ ମିଳିଛି।
ପାଟନାର ଡାକ ବଙ୍ଗଳା ଛକରେ ଏହି ବିରୋଧ କରାଯାଇଥିଲା। ପରେ ସମ୍ପୃକ୍ତ ଯୁବକଙ୍କଠାରୁ ଜାତୀୟ ପତାକାଟି ଛଡ଼ାଇ ନିଆଯାଇଥିଲା। ଆଜି ଶିକ୍ଷକ ନିଯୁକ୍ତି ଅଶାୟୀମାନେ ଏକାଠି ହୋଇ ଆନ୍ଦୋଳନ କରିଥିଲେ। ଏହାକୁ ମୁକାବିଲା ପାଇଁ ପୁଲିସ ପାଣି ମାଡ଼ ମଧ୍ୟ କରିଥିଲା। ଆଶାୟୀଙ୍କ କହିବା କଥା ହେଲା ସେମାନେ ନିଯୁକ୍ତି ପାଇଁ ୨୦୧୯ରୁ ଅପେକ୍ଷା କରିଛନ୍ତି ।
ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି। ଜିିଲାପାଳଙ୍କ କହିବା ଅନୁଯାୟୀ, ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗୋଟିଏ ଗୋଷ୍ଠୀ ପ୍ରାର୍ଥୀ ତୁରନ୍ତ ନିଯୁକ୍ତି ଦାବିରେ ରାଲିରେ ବାହାରିଥିବା ବେଳେ ଡାକବଙ୍ଗଳା ଛକ ନିକଟରେ ଜନ ଅଧିକାର ପାର୍ଟିର କର୍ମୀମାନେ ସେମାନଙ୍କ ସହ ମିଶି ରାଜଭବନ ଅଭିମୁଖେ ଅଗ୍ରସର ହେବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏତେସଂଖ୍ୟାରେ ଲୋକଙ୍କୁ ରାଜଭବନ ଆଡ଼େ ଯିବାକୁ ଦିଆ ନ ଯାଇ ସେମାନଙ୍କର ଏକ ୫ ଜଣିଆ ପ୍ରତିନିଧି ଦଳ ପଠାଇବାକୁ ପରାମର୍ଶ ଦିଆଯାଇଥିଲା। ଏହି ସମୟରେ ଉପଜିଲାପାଳ ଲାଠିରେ ଜଣେ ପ୍ରାର୍ଥୀଙ୍କୁ ପିଟୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଉତ୍ତେଜନା ଦେଖାଯାଇଥିଲା।

Powered by Froala Editor