ଆଇଏସ୍ର ମାନବ ବୋମା ଋଷରେ ଗିରଫ, ଏପ୍ରିଲ୍ରୁ ନିଜକୁ କରୁଥିଲା ପ୍ରସ୍ତୁତ

ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆତଙ୍କବାଦୀକୁ ଧରିଲା ଋଷ। ଭାରତରେ ଆତ୍ମଘାତୀ ବିସ୍ଫୋରଣ ଘଟାଇ ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଷଡ୍ଯନ୍ତ୍ର ରଚିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ରୁଷ ପ୍ରଶାସନ ସୋମବାର ଗିରଫ କରିଛି। ଧରାପଡ଼ିବା ପରେ ଏକ ଭିଡିଓ ରେକର୍ଡିଂରେ ସେ ଭାରତ ଉପରେ ଆକ୍ରମଣ କରୁଥିବା ଯୋଜନା କରୁଥିଲା ବୋଲି ମାନିଛି। ଋଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍(ଏଫ୍ଏସ୍ବି) ଏନେଇ ଋଷ ସମାଚାର ଏଜେନ୍ସି ସ୍ପୁତନିକକୁ ସୂଚନା ଦେଇଛି। ଧରାପଡ଼ିଥିବା ଆତଙ୍କବାଦୀ ଜଣକ ଶାସନ କଳରେ ଥିବା ଭାରତର ବଡ଼ ବଡ଼ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ଜଣାପଡ଼ିଛି।
ଏଫ୍ଏସ୍ବି ଦ୍ୱାରା ପ୍ରକାଶିତ ଏକ ବିବୃତି ଅନୁଯାୟୀ, ଗିରଫ ଆତଙ୍କବାଦୀକୁ ତୁର୍କୀର ଜଣେ ଆଇଏସ ନେତା ଆତ୍ମଘାତୀ ମାନବ ବୋମା ଭାବରେ ନିଯୁକ୍ତ କରିଥିଲେ ଏବଂ ଭାରତର ଜଣେ ରାଜନେତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିବାକୁ ସଂପୃକ୍ତ ଆତଙ୍କବାଦୀକୁ ଦାୟିତ୍ୱ ଦିଆଯାଇଥିଲା।
ରୁଷିଆରେ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଥିବା ଇସଲାମିକ ଷ୍ଟେଟର ଏହି ଆତଙ୍କବାଦୀକୁ ଅଟକ ରଖି ଜେରା କରିବା କାଳରେ ଏଫ୍ଏସ୍ବିକୁ ଏହି ତଥ୍ୟ ମିଳିଥିଲା। ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ଆଇଏସ୍ ଆତଙ୍କବାଦୀ ତଥା ସୁଇସାଇଡ୍ ବମରକୁ ଆଜାମୋଭ ମାଶାହୋଣ୍ଟ ବୋଲି ଏଫ୍ଏସ୍ବି ଚିହ୍ନଟ କରିଛି। ଭାରତରେ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରାଯାଇଥିବା ଘଟଣାର ପ୍ରତିଶୋଧ ନେବାକୁ ଭାରତ ଆସୁଥିଲେ। ଗିରଫ ଆତଙ୍କବାଦୀର ବୟାନ ଅନୁଯାୟୀ, ସେ ଏହି ଆକ୍ରମଣ ପାଇଁ ଗତ ଏପ୍ରିଲରୁ ତୁର୍କୀରେ ନିଜକୁ ପ୍ରସ୍ତୁତ କରୁଥିଲା।

Powered by Froala Editor