ପୁଟିନ୍ଙ୍କୁ ଝଟ୍କା : ଆଲେକଜାଣ୍ଡର ଡୁଗିନଙ୍କ ଝିଅ ଡାରିଆକୁ ହତ୍ୟା

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବ୍ରେନ୍ କୁହାଯାଉଥିବା ଆଲେକଜାଣ୍ଡର ଡୁଗିନଙ୍କ ଝିଅ ଡାରିଆକୁ ହତ୍ୟା କରାଯାଇଛି। ସେ ଏକ ଲ୍ୟାଣ୍ଡ କ୍ରୁଜର କାରରେ ଯାଉଥିବା ବେଳେ ତାଙ୍କ କାର୍ ମସ୍କୋ ପାଖରେ ବିସ୍ଫୋରଣ ହୋଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ କାରକୁ ବୋମାରେ ଉଡାଇ ଦିଆଯାଇଥିବା କୁହାଯାଉଛି ।
ବିସ୍ଫୋରଣ ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସେପଟେ ଖବର ପାଇ ପୁଲିସ ଓ ଆଲେକ୍ଜାଣ୍ଡାର୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମସ୍କୋର Odintsovsky ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଛି।
ଋଷ ମିଡିଆର ରିପୋର୍ଟ ଅନୁସାରେ, ଲ୍ୟାଣ୍ଡ କ୍ରୁଜର ପ୍ରାଡୋରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଚାରିଆଡେ ନିଆଁ ଖେଳିଯାଇଥିଲା । ଆଖପାଖ ଲୋକେ ଚକିତ ହୋଇଯାଇଥିଲେ । ପ୍ରକୃତରେ ଆଲେକଜାଣ୍ଡାର ଡୁଗିନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା। କିନ୍ତୁ ଏଥିରେ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି।
ଆଲେକ୍ଜାଣ୍ଡାର୍ଙ୍କୁ ରୁଷ ରାଷ୍ଟ୍ରପତିଙ୍କ ‘ମସ୍ତିଷ୍କ’ ବୋଲି କୁହାଯାଏ। ରୁଷ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଲେକ୍ଜାଣ୍ଡାରଙ୍କୁ ହତ୍ୟା କରିବାର ଷଡଯନ୍ତ୍ରକୁ ସଫଳ କରିବା ପାଇଁ ଡାରିଆ ଡୁଗିନ୍ଙ୍କୁ ଟାର୍ଗେଟ୍ କରାଯାଇଥିଲା। ବିସ୍ଫୋରଣ ହୋଇଥିବା କାରରେ ଆଲେକ୍ଜାଣ୍ଡାର୍ ଡୁଗିନ୍ ବସିବା କଥା, କିନ୍ତୁ ପରେ ସେ ଏହି କାର୍ରେ ବସିବାକୁ ମନା କରିଦେଇଥିଲେ।
ସେପଟେ ଡୋନେସ୍କ ଅଞ୍ଚଳର କମାଣ୍ଡର ଡେନିସ ପୁଶଲିନ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଆତଙ୍କବାଦୀମାନେ କାରକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି।
Powered by Froala Editor