ଅଶାନ୍ତ ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ୧୮ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି
ପଶ୍ଚିମବଙ୍ଗର ୨୪ ପ୍ରଗଣାର କକଡୱିପ ଅଞ୍ଚଳର ସମୁଦ୍ରରେ ଏକ ଟ୍ରଲର ବୁଡି ୧୮ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ସମସ୍ତ ନିଖୋଜ ମତ୍ସ୍ୟଜୀବୀଙ୍କ ଘର ସୁନ୍ଦରବେନ ଅଞ୍ଚଳରେ। ସେମାନେ ଏମଭି ସତ୍ୟନାରାୟଣ ନାମକ ଟ୍ରଲରରେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଟ୍ରଲରଟି କେଣ୍ଡୋ ଦ୍ୱୀପ ନିକଟରେ ସମୁଦ୍ର ମଧ୍ୟରେ ଥିବା କୌଣସି ଏକ ବସ୍ତୁ ସହ ପ୍ରଥମେ ମାଡ଼ ହୋଇଥିଲା। ଏହାପରେ ଏହା ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା କୁହାଯାଉଛି।
ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ସମୁଦ୍ର ବର୍ତ୍ତମାନ ଅଶାନ୍ତ ରହିଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟ ଯିବାକୁ ବାରଣ କରାଯାଇଛି। ତଥାପି ପଶ୍ଚିମବଙ୍ଗର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ। ତେବେ ସେମାନଙ୍କ ଟ୍ରଲର ୨୪ ପ୍ରଗଣାର କକଡୱିପ ଅଞ୍ଚଳର ସମୁଦ୍ରରେ ବୁଡ଼ି ଯାଇଛି। ଘଟଣା ପରେ ସମସ୍ତେ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ହେଲେ ଏଯାଏ ସେମାନଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନାହିଁ।
Powered by Froala Editor