ବସ୍କୁ ଚୋରି କରି ନେଲେ ଯୁବକ, କାହିଁକି ଜାଣନ୍ତୁ...

ଲକ୍ଡାଉନରେ ସବୁ କିଛି ବନ୍ଦ ହୋଇଯାଇଛି । ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେ କୌଣସି ଯାତାୟାତକୁ ଅନୁମତି ମିଳିନି । ଏଭଳି ସ୍ଥିତିରେ ଜଣେ ଯୁବକ ନିଜ ପରିବାର ଲୋକଙ୍କୁ ଭେଟିବାକୁ ଏକ ବସ୍ ଚୋରି କରିଛି । ଏଭଳି ଘଟଣା ଘଟିଛି ଥିରୁଅନନ୍ତପୁରମ୍ରେ । ପରିବାର ଲୋକଙ୍କୁ ଭେଟିବା ପାଇଁ ୩୦ ବର୍ଷୀୟ ଯୁବକ ଦିନୁପ ଏତେ ମାତ୍ର ବ୍ୟଗ୍ର ହୋଇପଡିଲେ ଯେ, ଶେଷରେ ବସ୍ ଚୋରି କରି ଘର ଅଭିମୁଖେ ବାହାରିଥିଲେ । କୋଝିକୋଡରୁ ତିରୁୱାଲା ଯିବା ପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରି ବିଫଳ ହୋଇଥିଲେ । ଶେଷରେ ଏକ ବସ୍କୁ ଚୋରି କରି ନେଇଥିଲେ । ସ୍ଥାନୀୟ ଏକ ବସ ଷ୍ଟାଣ୍ଡରୁ ସେ ଏକ ବସରେ ଚଢ଼ି ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲା । ଭାଗ୍ୟ ବଶତଃ ଏହା ଷ୍ଟାର୍ଟ ହୋଇଥିଲା ମାତ୍ର କୁମାରକୋମରେ ପୋଲିସ ତାଙ୍କୁ ଧରି ଜେଲ ପଠାଇ ଦେଇଛି ।
Powered by Froala Editor