ଲୋଭନୀୟ ଅଫର, ଛୁଆ ଜନ୍ମ କଲେ ମିଳିବ ୧୦ଲକ୍ଷ
ମସ୍କୋ:୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଅର୍ଥ ପୁରସ୍କାର। ଅଳ୍ପସ୍ୱଳ୍ପ ନୁହଁ ମୋଟା ଅଙ୍କର ମିଳିବ ଅର୍ଥ। ରୁଷର ମହିଳାମାନଙ୍କୁ ଏମିତି କିଛି ଲୋଭନୀୟ ଅଫର ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ରୁଷରେ ଜନସଂଖ୍ୟା ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ। ଜଣେ ମହିଳା ୧୦ରୁ ଅଧିକ ଛୁଆ ଜନ୍ମ କଲେ ରୁଷ ମୁଦ୍ରାରେ £13,500 ମିଳିବ। ଯାହା ଭାରତୀୟ ମୁଦ୍ରାରେ ୧୨,୯୪,୫୮୪,୨୬ ଟଙ୍କା ଅର୍ଥାତ ୧ ମିଲିଅନ ୨୯୪ ଟଙ୍କା। କୋଭିଡ୍ ମହାମାରୀ ଓ ରୁଷ ୟୁକ୍ରେନ୍ ଯୁଦ୍ଧରେ ଲକ୍ଷାଧିକ ଲୋକ ପ୍ରାଶ ହାରାଇବା ପରେ ରୁଷରେ ଉଦବେଗଜନକ ଭାବେ ଜନସଂଖ୍ୟା ହ୍ରାସ ପାଇଛି। ଦେଶରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ସରକାରଙ୍କ ଚିନ୍ତାର କାରଣ ପାଲଟିଛି।
ତେଣୁ ଦେଶରେ ଜନସଂଖ୍ୟା ଠିକ୍ କରିବାକୁ ଉପରୋକ୍ତ ଯୋଜନାକୁ ଆପଣେଇବାକରୁ ପଡ଼ିଛି। ଏ ସମ୍ପର୍କରେ ରୁଷ ରାଜନୀତି ଏବଂ ସୁରକ୍ଷା ବିଷେଶଜ୍ଞ ଡ.ଜେନ୍ନି ମମେର୍ଥସ ସୂଚନା ଦେଇଛନ୍ତି। ନୂଆ ସ୍ମିମରେ ମାମାନଙ୍କୁ ‘ମଦେର ହିରୋଇନ’ ସମ୍ବୋଧିତ କରାଯିବ । ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ୍ କାରଣରୁ ରୁଷରେ ଅଧିକ ଳୋକେ ପ୍ରାଣ ହରାଇଥିଲେ। ସେହିପରି ୟୁକ୍ରେନ୍ ଯୁଦ୍ଧରେ ପ୍ରାୟ ୫୦,୦୦୦ ସୈନ୍ୟ ପ୍ରାଣ ହାରାଇଛନ୍ତି।
Powered by Froala Editor