ରାଉରକେଲା ଷ୍ଟିଲ ପ୍ଲାଂଟରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଂଟରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ପ୍ଲାଂଟରେ ଏସଏମଏସ-୨ରେ ସ୍ଲାଗ ବଏଲର ପଟରୁ ଅଗ୍ନିକାଣ୍ଡ ସୂଚନା ମିଳିଛି । ସ୍ଲାଗ ବଏଲର କେଂଟ୍ରାଲ ରୁମର ବହୁ ଯନ୍ତ୍ରପାତି, ବିଦୁ୍ୟତ୍ ସରଞ୍ଜାମ ନଷ୍ଟ ହୋଇଯାଇଛି । ୨ଟି ଅଗ୍ନିଶମ ବାହିନୀ ଦ୍ୱାରା ନିଅାଁ ଆୟତ କରାଯାଇଥିବାବେଳେ ମୃତାହତର କୌଣସିୁ ସୂଚନା ମିଳିନାହିଁ । ଅଗ୍ନିକାଣ୍ଡର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ଆରଏସପି ସିଇଓ । ୪ ଜଣ ସିଜିଏମ ତଦନ୍ତ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।