ମୋରମ ଖାଦାନରେ ପଡ଼ିଗଲା ୭ ବର୍ଷର ନାବାଳକ
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୂଳ ଗ୍ରାମରେ ମୋରମ ଖାଦାନରେ ବୁଡି ୭ବର୍ଷ ନାବାଳକ ମୃତ୍ୟୁ ଘଟିଛି । ସାଇଁକୁଳ ଗ୍ରାମର ଭୁପତି ଭୁଷଣ ଯେନାଙ୍କ ପୁଅ ସୁଦୀପ୍ତ କୁମାର ଜେନା(୭) ଗ୍ରାମ ନିକଟସ୍ଥ ମୋରମ ଖାଦାନକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ। କିଛି ସମୟ ପରେ ତାକୁ ଲୋକମାନେ ଉଦ୍ଧାର କରି ସାଇଁକୂଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ପରେ ପୋଲିସ ମେଡ଼ିକାଲରେ ପଂହଁଚି ଶବ ବେବଛେଦ କରାଇ ଅଧିକ ତଦନ୍ତ କରିଥିବା ଜଣା ପଡ଼ିଛି । ଏହି ଖବର ପାଇବା ପରେ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।
Powered by Froala Editor