କାମ କରି ଘରକୁ ଫେରୁଥିବାବେଳେ ୨ ପଥଚାରୀଙ୍କ ଉପରେ ମାଡିଗଲା ବସ୍
ଗୁରୁବାର ରାତିରେ ଯୋଡା ଥାନା ଅନ୍ତର୍ଗତ ୫୨୦ ରାଜପଥର ଲହଣ୍ଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ଜଣ ପଥଚାରୀଙ୍କର ମୃତ୍ୟୁ ଘଟିଛି। ମୃତ ୨ଜଣ ହେଲେ ଜେନା ମୁଣ୍ଡା ଓ ପରମେଶ୍ୱର ମୁଣ୍ଡା। ସେମାନଙ୍କ ଘର ଲହଣ୍ଡା ମୁଣ୍ଡା ସାହିରେ ବୋଲି ଜଣାପଡିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଯୋଡା ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି।
ଜେନା ମୁଣ୍ଡା ଓ ପରମେଶ୍ୱର ମୁଣ୍ଡା ରେଳ ସାଇଡିଂରେ କାମ କରି ଚାଲିଚାଲି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କୁ କୌଶଲ୍ୟା ବସ ଧକ୍କା ଦେଇ ଚାଲିଯାଇଥିଲା ବେଳେ ଦୁର୍ଘଟଣା ଘଟାଇଥିବା ଚାଳକ ରିମୁଳି ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଏହାସହ କୌଶଲ୍ୟା ବସଟିକୁ ଥାନାରେ ହସ୍ତାନ୍ତର କରିଥିବା ଜଣାପଡିଛି।
Powered by Froala Editor