ହରିଚନ୍ଦନପୁର ଆଳୁଘାଟୀରେ ଦୁର୍ଘଟଣା : ୨ ଜଣଙ୍କ ଚାଲିଗଲା ଜୀବନ, ତିନି ଗୁରୁତର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଭଗାମୁଣ୍ଡା ରାସ୍ତାର ଆଳୁଘାଟୀରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ହେଲେ ହରିଚନ୍ଦନପୁର ଥାନା ସୁନାପେଣ୍ଠ ଗାଁର ସାନ୍ତନୁ ମହାନ୍ତ (୨୬) , ପାଟଣା ଥାନା ଧାନବେଣୀ ଗାଁର ଭୋଜରାଜ ମହାନ୍ତ (୩୦) । ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ଖବର ଜଣାପଡିଛି । ଗୁରୁତରମାନେ ହେଲେ ହରିଚନ୍ଦନପୁର ଥାନା ଜାମୁଦା ଗାଁର ବୁଦ୍ଧିଆ କିଶାନ(୪୦), ଜିରାଙ୍ଗ ଗାଁର ଜନ୍ମେଜଂୟ ରାଉତ (୨୮) ଏବଂ ତମ୍ବାହରା ଶାଳପଶିର ମଧୁସୂଦନ ମୁଣ୍ଡା (୩୦) ।
ସାନ୍ତନୁ ମହାନ୍ତ, ବୁଦ୍ଧିଆ କିଶାନ ଏବଂ ଭୋଜରାଜ ମହାନ୍ତ ଏକ ବାଇକ ଯୋଗେ ଭଗାମୁଣ୍ଡା ପଟକୁ ଯାଉଥିବା ବେଳେ ଅପରପାଶ୍ୱର୍ରୁ ଅନ୍ୟ ଏକ ବାଇକ ଯୋଗେ ଜନ୍ମେଜୟ ରାଉତ ଏବଂ ମଧୁସୂଦନ ମୁଣ୍ଡା ହରିଚନ୍ଦନପୁର ପାଶ୍ୱର୍କୁ ଆସୁଥିବା ବେଳେ ଆଳୁଘାଟୀ ନିକଟରେ ଦୁଇ ବାଇକ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ବାଇକରେ ଥିବା ପାଂଚ ଜଣଯାକ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ସମସ୍ତଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଖବର ପାଇ ହରିଚନ୍ଦନପୁର ପୁଲିସ ଟିମ ପହଁଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।
Powered by Froala Editor