ଲୁଗା ଦୋଳିରେ ଗୁଡେଇ ହୋଇଗଲା ବେକ, ଚାଲିଗଲା ୭ ବର୍ଷ ଝିଅର ଜୀବନ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପେଡ଼ାଗଡ଼ି ଗ୍ରାମର ଜଣେ ନାବାଳିକା ଦୋଳି ଖେଳୁଥିବାବେଳେ ଲୁଗାଟି ବେକରେ ଗୋଡ଼ାଇଯିବାରୁ ମୃତ୍ୟୁ ଘଟିଛି । ପୋଲିସ୍ ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି । ଏହି ଘଟଣାକୁ ନେଇ ପରିବାରରେ ଶୋକର ଲହରୀ ଖେଳିଯାଇଛି ।
ଖବରରୁ ପ୍ରକାଶ, ପେଡ଼ାଗଡ଼ି ଗ୍ରାମର ଧୀରେନ୍ଦ୍ର ନାୟକଙ୍କ ଝିଅ ମାମୁନ(୭) ଅଗଣାରେ ବନ୍ଧା ଯାଇଥିବା ଏକ ଲୁଗାଦୋଳିରେ ଝୁଲୁଥିବାବେଳେ ଅସାବଧାନତା ବଶତଃ ଦୋଳିଟି ମାମୁନର ବେକରେ ଗୋଡ଼ାଇଯାଇଥିଲା । ପରିବାର ଲୋକେ ଉଦ୍ଧାର କରି ସଂଗେସଂଗେ ଉଦଳା ଡ଼ାକ୍ତରଖାନାକୁ ଆଣିଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।
Powered by Froala Editor