୯ ଘଣ୍ଟା ଜେରା ପରେ ମହିମା ମିଶ୍ର ଓ ତାଙ୍କ ପୁଅଙ୍କୁ ଛାଡ଼ିଲା ସିବିଆଇ
କଟକ: ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ୯ ଘଣ୍ଟା ଧରି ପଚରାଉଚରା କରିବା ପରେ ଛାଡ଼ିଲା ସିବିଆଇ। ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସରେ ୬ ଘଣ୍ଟା ଧରି ସିବିଆଇ ଜେରା କରିଥିଲା ବେଳେ ସେହିପରି ଭୁବନେଶ୍ୱର ସିବିଆଇ ଅଫିସରେ ସାଢ଼େ୩ ଘଣ୍ଟାରୁ ଅଧିକ ସମୟ ଧରି ଚନ୍ଦନଙ୍କୁ ପଚରାଉଚରା କରିଥିଲା ସିବିଆଇ। ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍ ନେଇ ଜେରା କରାଯାଇଥିବା ଅନୁମାନ କରାଯାଉଛି।
ଗତକାଲି ସକାଳେ ସିବିଆଇ ଟିମ୍ ମହିମାଙ୍କ କଟକ ଘର, ଅଫିସ୍ ଓ ପାରାଦୀପ ଅଫିସରଆ ରେଡ୍ କରିଥିଲା। ଏହା ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଏବଂ ଙଝଖର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ପଚରାଉଚରା କରିଥିଲା ସିବିଆଇ।
Powered by Froala Editor