ରାଜ୍ୟରେ ବଡ ଧରଣର ଆୟକର ଚଢାଉ

ଭୁବନେଶ୍ବର: ରାଜ୍ୟରେ ବଡ ଧରଣର ଆୟକର ଚଢାଉ । GST ଫାଙ୍କିବା ଅଭିଯୋଗରେ ARSS ଠିକା ସଂସ୍ଥା ଉପରେ ଆୟକର ବିଭାଗ ଚଢାଉ କରିଛି । ଏକକାଳୀନ ୨୦ଟି ଟିମର ଚଢାଉ ଜାରି ରହିଛି । ମଞ୍ଚେଶ୍ବର ସ୍ଥିତ କାର୍ୟ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଅଫିସିଆଲ ଓ ପ୍ରୋଜେକ୍ଟ ସାଇଟରେ ଚଢାଉ ଜାରି ରଖିଛନ୍ତି ଆୟକର ବିଭାଗ ଅଧିକାରୀ । ଆକାଉଣ୍ଟ ଟ୍ରାଞ୍ଜାକ୍ସନ ସହ ବିଭିନ୍ନ ଦିଗକୁ ନେଇ ଆୟକର ଅଧିକାରୀ ଯାଞ୍ଚ କରୁଛନ୍ତି । ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor