ଅସହ୍ୟ ତାପମାତ୍ରା ଯୋଗୁଁ ଛଟପଟ ୟୁରୋପୀୟ ଦେଶ
ଫ୍ରାନ୍ସ, ପର୍ତ୍ତୁଗାଲ, ସ୍ପେନ୍ ଓ କ୍ରୋଏସିଆ ଭଳି ୟୁରୋପୀୟ ଦେଶଗୁଡ଼ିକ ବର୍ଦ୍ଧିତ ତାପମାତ୍ରା ଯୋଗୁ ଲୋକେ ଛଟପଟ ହେଲେଣି । ଫ୍ରାନ୍ସର ୧୫ରୁ ଊଦ୍ଧ୍ୱ ଅଞ୍ଚଳରେ ତାପମାତ୍ରା ରେକର୍ଡ ସ୍ତର ପାର୍ କରିଛି । ଏହାଯୋଗୁ ଜଙ୍ଗଲ ପୋଡ଼ି ଘଟଣା ବଢ଼ିବାରୁ ଲୋକଙ୍କୁ ଘର ଛାଡ଼ିବା ପାଇଁ ବାଧ୍ୟ କରାଯାଉଛି । ଏ ପର୍ଯ୍ୟନ୍ତ ୨୪,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଗଲାଣି । ସ୍ପେନ୍, ପର୍ତ୍ତୁଗାଲ ଓ ଗ୍ରୀସ୍ର ଜଙ୍ଗଲଗୁଡ଼ିକରେ ନିଆଁ ବ୍ୟାପିବାରେ ଲାଗିଛି ।
ଜଙ୍ଗଲଗୁଡ଼ିକରେ ଲାଗିଥିବା ନିଆଁ ତାପମାତ୍ରାକୁ ଆହୁରି ବଢ଼ାଇ ଦେଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି । ଏହାକୁ ଲିଭାଇବା ପାଇଁ ହଜାର ହଜାର ଅଗ୍ନିଶମ କର୍ମଚାରୀ ଦିନରାତି ପରିଶ୍ରମ କରୁଛନ୍ତି । ଫ୍ରାନ୍ସର କେତେକ ଅଞ୍ଚଳରେ ଅସହ୍ୟ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀମାନ ନିର୍ମାଣ କରାଯାଇଛି । ସେପଟେ ପର୍ତ୍ତୁଗାଲରେ ତାପମାତ୍ରା ୪୭ ଡିଗ୍ରୀକୁ ବୃଦ୍ଧି ପାଇଛି । ସ୍ପେନ୍ରେ ଏହା ୪୦ ଡିଗ୍ରୀ ଉପରେ ରହିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ତାପମାତ୍ରା ୪୦ ଡିଗ୍ରୀ ସେପଟେ ରହିବ । ବ୍ରିଟେନ୍ର କେତେକ ସ୍ଥାନରେ ପାରା ରେକର୍ଡ ଭାଙ୍ଗିଛି ।
Powered by Froala Editor