ବ୍ରିଜରୁ ଖସିଲା ବସ୍, ୧୨ ମୃତ
ମଧ୍ୟପ୍ରଦେଶ ଧର୍ ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ୫୦ରୁ ଅଧିକ ଯାତ୍ରୀଙ୍କୁ ଆଣି ଆଜି ସକାଳୁ ବସଟି ଇନେ୍ଦାରରୁ ପୁନେ ଯାଉଥିଲା । ଖାଲଘାଟ୍ ସଞ୍ଜୟ ସେତୁ ଦେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ବସଟି ନର୍ମଦା ନଦୀକୁ ହଠାତ୍ ଖସିପଡିଛି ।
ଏହି ଭୟଙ୍କର ଦୁର୍ଘଟଣାରେ ୧୨ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାସ୍ଥଳରେ ରେସ୍କୁ୍ୟ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ଏବେସୁଦ୍ଧା ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
Powered by Froala Editor