ମଣିପୁରରେ ଭୂକମ୍ପ
ଶନିବାର ବିଳମ୍ବିତ ରାତିରେ ମଣିପୁରରେ ଭୂମିକମ୍ପ ହୋଇଛି। ଶନିବାର ରାତି ୧୧.୪୨ ସମୟରେ ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୮ ରହିଛି ବୋଲି NCS ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ନ୍ୟାସ୍ନାଲ ସେଣ୍ଟର ଫର୍ ସେସମୋଲୋଜୀ NCS) ଏହି ସୂଚନା ଦେଇଛନ୍ତି।
ଭୂକମ୍ପ ବିଜ୍ଞାନ କେନ୍ଦ୍ରର ପକ୍ଷରୁ ଟ୍ୱିଟ୍ରେ କୁହାଯାଇଛି “ଭୂମିକମ୍ପର ତୀବ୍ରତା ୪.୮। ସ୍ଥାନ: ୬୬ କିମି ଇଏସ୍ଇ,ମୋଏରାଙ୍ଗ ମଣିପୁର,ଇଣ୍ଡିଆ।” ଏହା ପୂର୍ବରୁ ଆସାମରେ ଜୁଲାଇ ୫ ତାରିଖରେ ୩.୭ ତିବ୍ରତାର ଏକ ଭୂମିକମ୍ପ ହୋଇଥିଲା।
Powered by Froala Editor