ଏଲଓସିରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍
ଜମ୍ମୁ- କଶ୍ମୀର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (ଏଲଓସି)ରେ ସନ୍ଦିଗ୍ଧ ଅବସ୍ଥାରେ ଉଡୁଥିବା ଏକ ଡ୍ରୋନ୍କୁ ଗୁଳି କରି ଖସାଇ ଦେଇଛି ଭାରତୀୟ ସେନା। ଭାରତର ଅନ୍ତର୍ଜାତୀୟ ସୀମା ଲାଇନ୍ ଅଫ୍ କଣ୍ଟ୍ରୋଲରେ ଗତିକାଲି ରାତି ୯ଟା ୧୦ ମିନିଟ୍ରେ କେଜି ସେକ୍ଟରରର ବାଲୋନି ଏରିଆରେ ଡ୍ରୋନ୍ ଉଡ଼ୁଥିବା ନଜରକୁ ଆସିଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଉକ୍ତ ଡ୍ରୋନ୍ ଉପରକୁ ଏକାଧିକ ଗୁଳି ଚାଳନା କରାଯାଇଥିଲା। ହେଲେ ଗୁଳି ନବାଜିବାରୁ ଡ୍ରୋନ୍ଟି ପାକିସ୍ତାନ ଫେରି ଯାଇଥିଲା। ଏହା ପରେ ଭାରତୀୟ ସେନା ଓ ସ୍ଥାନୀୟ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଥିଲା।
ଏସଂପର୍କରେ ସୂଚନା ପ୍ରଦାନ କରି ଭାରତୀୟ ସେନାର ଜଣେ ପ୍ରବକ୍ତା କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ଶନିବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଜମ୍ମୁ- କଣ୍ମୀର କୃଷ୍ଣ ଗାହତି ସେକ୍ଟରର ବାଲୋନିର ଏଲଓସି ନିକଟରେ ଏହି ଡ୍ରୋନ୍ଟି ସନ୍ଦେହଜନକ ଜନକ ଅବସ୍ଥାରେ ଉଡୁଥିବା ବେଳେ ସୀମାନ୍ତରେ ମୁତୟନ ସେନା କର୍ମଚାରୀମାନେ ଏହାକୁ ଠାବ କରିଥିଲେ।
ଗତ ମେ ମାସରେ ଜମ୍ମୁ କଶ୍ମୀରିର କାଠୁଆ ଜିଲ୍ଲାର ଏକ ଡ୍ରୋନ୍କୁ ସେନା ପକ୍ଷରୁ ମାରି ଖସାଇ ଦିଆ ଯାଇଥିଲା। ଅମରନାଥ ଯାତ୍ରା ପୂର୍ବରୁ ଏହି ଘଟଣା ଘଟିଥିଲା। ଏହା ପରେ ଉକ୍ତ ଡ୍ରୋନ୍ରୁ ବିସ୍ଫୋରକ ଦ୍ରବ୍ୟ ଠାବ କରାଯାଇଥିଲା।
Powered by Froala Editor