ତାମିଲନାଡୁ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କାବେରୀ ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ଓ କୋଭିଡ ଜନିତ ଲକ୍ଷଣର ନୀରିକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏଠାରେ ଆଡମିଟ ହୋଇଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଗୋଟିଏ ଡାକ୍ତରୀ ଟିମ ନଜର ରଖିଛନ୍ତି।
୨ ଦିନ ତଳେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ ଟ୍ୱିଟ କରି କହିଥିଲେ ଯେ “ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ ଆଇସୋଲେସନରେ ରଖିଛି। ସମସ୍ତେ ସୁରକ୍ଷିତ ରୁହନ୍ତୁ। ମାସ୍କ ପିନ୍ଧନ୍ତୁ ଓ ଟିକା ନିଅନ୍ତୁ।”
କିଛି ଦିନ ହେଲେ ଷ୍ଟାଲିନ ବିନା ମାସ୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ୧୧ ଓ ୧୨ ତାରିଖରେ ଷ୍ଟାଲିନ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ କିଛି ନେତାଙ୍କୁ ମଧ୍ୟ ଭେଟିଥିଲେ। କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ମଧ୍ୟ ଷ୍ଟାଲିନ ବିନା ମାସ୍କରେ ବସିଥିଲେ। ଏହି ସମୟରେ ହିଁ ସେ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।

Powered by Froala Editor