କିକ୍ବକ୍ସିଂ ମ୍ୟାଚ୍ ରେ ବକ୍ସରଙ୍କ ମୃତ୍ୟୁ

କିକ୍ ବିକ୍ସିଂ ବେଳେ ଆହତ ହୋଇଥିବା ମହୀଶୂରର ଜଣେ ଯୁବ ବକ୍ସର ଶେଷରେ ଆଖି ବୁଜିଛନ୍ତି। ମୃତ୍ୟୁବରଣ କରିଥିବା ବକ୍ସର ହେଉଛନ୍ତି ନିଖିଲ । ଜୁଲାଇ ୧୦ରେ ବେଙ୍ଗାଲୁରୁରେ ଆୟୋଜିତ କିକ ବକ୍ସିଂ ଇଭେଣ୍ଟରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ସେ କୋମାକୁ ଚାଲି ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖରେ ସେ ପ୍ରାଣ ହରାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଏହି ଘଟଣାରେ ନିଖିଲଙ୍କ ବାପା ଆୟୋଜକଙ୍କ ଉପରେ ଦୋଷ ଲଦିଛନ୍ତି। ଆୟୋଜକଙ୍କ ଖାମଖିଆଲିପଣ ଯୋଗୁ ତାଙ୍କ ପୁଅର ଜୀବନ ଗଲା ବୋଲି ସେ କହିଛନ୍ତି।
ଖବର ଅନୁସାରେ, କର୍ଣ୍ଣାଟକର K1 ଆସୋସିଏସନ୍ ଦ୍ୱାରା ବେଙ୍ଗାଲୁରୁ କଙ୍ଗେରୀରେ କିକ୍ବକ୍ସିଂ ମ୍ୟାଚ୍ର ଆୟୋଜନ କରାଯାଇଥିଲା। ମ୍ୟାଚ ଚାଲିଥିବା ବେଳେ ପ୍ରତିଯୋଗୀ ନିଖିଲ ପ୍ରତିପକ୍ଷର ମୁଥାରେ ହଠାତ୍ ତଳେ ପଡ଼ିଯାଇଥିଲେ। ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକ ଏହି ଘଟଣାର ଭଡିଓ ବନାଇଥିଲେ।
ଏହି ଘଟଣା ପରେ ମୃତ ବକ୍ସର ନିଖିଲଙ୍କ ବାପା ଆୟୋଜକଙ୍କର ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ ସେଠାରେ କୌଣସି ଡାକ୍ତରୀ ସୁବିଧା ନଥିଲା। ଏଥିପାଇଁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଅସମୟରେ ତାଙ୍କ ପୁଅର ମୃତ୍ୟୁ ପାଇଁ ଆୟୋଜକ ଦାୟୀ ବୋଲି ନିଖିଲଙ୍କ ବାପା କହିଛନ୍ତି।

Powered by Froala Editor