ଡ୍ରୋନ୍ ଆଟାକ୍ରେ ଆଇଏସଆଇଏସ୍ ସିରିୟା ମୁଖ୍ୟ ନିହତ
ଆମେରିକାର ଡ୍ରୋନ୍ ଆଟାକ୍ରେ ନିହତ ହେଲା ଆଇଏସଆଇଏସ୍ର ସିରିୟା ମୁଖ୍ୟ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗ ( ପେଣ୍ଟାଗନ୍ ) ପକ୍ଷରୁ ସୂଚନା ଦିଆଯାଇଛି । ପେଣ୍ଟାଗନର ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ଡାଭେ ଇଷ୍ଟାବର୍ଣ୍ଣ କହିଛନ୍ତି, ଆମେରିକାର ଡ୍ରୋନ ମାଡ଼ରେ ଆଇଏସଆଇଏସର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି। ସେ ସିରିୟାର ଜିନ୍ଦାୟାରିସ ନିକଟରେ ବାଇକ ନେଇ ଯାଉଥିବା ବେଳେ ଡ୍ରୋନ ମାଡ଼ର ଶିକାର ହୋଇଛି। ଏଥିରେ ତା’ର ମୃତ୍ୟୁ ଘଟିଥିବା ବେଳେ ତା’ର ଜଣେ ଘନିଷ୍ଠ ସହଯୋଗୀ ଗୁରୁତର ଆହତ ହୋଇଛି ବୋଲି ସେ କହିଛନ୍ତି।
ଏହାସହିତ ଆଇଏସଆଇଏସ୍ର ଆଉ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଗୁରୁତର ହୋଇଛି । ତେବେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।
ସେପଟେ ଆମେରିକା ପକ୍ଷରୁ ହୋଇଥିବା ଏହି ଡ୍ରୋନ ଆକ୍ରମଣରେ କୌଣସି ସାଧାରଣ ଲୋକ ମୃତାହତ ହୋଇନାହାନ୍ତି ବୋଲି କୁହାଯାଇଛି । କିନ୍ତୁ ଏବେ ଯାଏଁ ସାଧାରଣ ଲୋକ କେତେ ପରିମାଣରେ ମୃତାହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏହାର ୫ ମାସ ପୂର୍ବରୁ ଆମେରିକା ସୁରକ୍ଷାକର୍ମୀମାନେ ନର୍ଦ୍ଦନ ସିରିୟା ସହର ଆଟମେରେ ରେଡ କରିଥିଲେ। ଏହି ସମୟରେ ଆଇଏସଆଇଏସ୍ର ମୁଖ୍ୟ ଅବୁ ଇବ୍ରାହିମ ଅଲ କ୍ୟୁରେଶୀ ନିହତ ହୋଇଥିଲା। ଆମେରିକା ସେନା ତା’କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ନିଜକୁ ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଥିବା ପେଣ୍ଟାଗନ ସେତେବେଳେ କହିଥିଲା।

Powered by Froala Editor