ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍, ଜୁଲାଇ ୧୫ରୁ ଉପଲବ୍ଧ
୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କର ଲୋକଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍ । କରୋନାର ବଢୁଥିବା ମାମଲା ମଧ୍ୟରେ ମୋଦୀ ସରକାର ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
୧୮ରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସ୍କର ଲୋକଙ୍କୁ ଏହି ସୁବିଧା ସରକାରୀ ଟିକାକରଣ କେନ୍ଦ୍ରରେ ମିଳି ପାରିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏହି ସୂଚନା ଦେଇଛନ୍ତି।
ସରକାରୀ ଅଧିକାରୀ କହିଛନ୍ତି, ଜୁଲାଇ ୧୫ରୁ ମାଗଣାରେ ବୁଷ୍ଟର ଡୋଜ ସଭିଙ୍କୁ ମିଳିବ। ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ଦିନ ଯାଏଁ ଏହି ବିଶେଷ ଅଭିଯାନ ଚଲାଯିବ। ଅଦ୍ୟାବଧି ୧୮ରୁ ୫୯ ବର୍ଷ ଆୟୁର ୭୭ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ଏକ ପ୍ରତିଶତ ବୁଷ୍ଟର ଡୋଜ୍ ନେଇଛନ୍ତି।
କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ଜଣେ ବ୍ୟକ୍ତି ପ୍ରିକସନ ଡୋଜ୍ ନେବାକୁ ଯୋଗ୍ୟତା ଅର୍ଜନ କରୁଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ କୋହଳ କରିଛନ୍ତି। ଏଣିକି ୧୮ ବର୍ଷରୁ ଅଧିକ ବୟସ୍କମାନେ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ।
Powered by Froala Editor