୧୦ ମାସର ଶିଶୁ କନ୍ୟାକୁ ମିଳିଲା ରେଲୱେ ଚାକିରି
ଦଶ ମାସର ଶିଶୁକୁ ମିଳିଲା ରେଳବାଇ ଚାକିରି। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଛତିଶଗଡ଼ର ଏହି ଶିଶୁର ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ମାନବିକତା ଦେଖାଇଛି ରେଳବାଇ । ଭିଲାଇରେ ରାଜେନ୍ଦ୍ର କୁମାର ଯାଦବ ନାମକ ଜଣେ ବ୍ୟକ୍ତି ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇର ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ଜୁନ ୧ରେ ପତ୍ନୀ ମଞ୍ଜୁଲତାଙ୍କ ସହ ରାଜେନ୍ଦ୍ର ଏକ ବାଇକରେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଉଭୟେ ପ୍ରାଣ ହରାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା ।
୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ବିଭାଗ। ଏଥିପାଇଁ ରାଧିକାର ଆଙ୍ଗୁଠି ଚିହ୍ନ ନିଆଯାଇଛି । ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଲେଓ୍ୱ ପକ୍ଷରୁ ତାଙ୍କ ୧୦ ମାସର ଝିଅକୁ ଚାକିରି ଦିଆଯାଇଛି। ଶିଶୁଟିକୁ ୧୮ ବର୍ଷ ହେବା ଯାଏଁ ସେ ତା’ର ସମ୍ପୂର୍ଣ୍ଣ ଦରମା ପାଇବ ଏବଂ ୧୮ ବର୍ଷ ପରେ ତାକୁ ରେଳବାଇ ବିଭାଗରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ । ରେଳବାଇ ଇତିହାସରେ ଏହା ନୂଆ ଘଟଣା ।
Powered by Froala Editor