ପୁଲିସ ଭୟରେ ଛାତ ଉପରୁ ଡେଇଁଲା ଯୁବକ, ଚାଲିଗଲା ଜୀବନ

ମୁମ୍ବାଇର ମେରାଇଲାଇନରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ପୁଲିସ ଭୟରେ ଜଣେ ଚୋର ଛାତ ଉପରୁ ଡେଉଁଥିବାବେଳେ ତାର ଜୀବନ ଚାଲିଯାଇଛି । ମୃତ ବ୍ୟକ୍ତି ଜଣକ ରୋହିତ ବୋଲି ଜଣାପଡ଼ିଛି। ଭିଡିଓରେ ରୋହିତ ତଳକୁ ଡେଇଁବା ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି।
ଏକ ଚୋରି ଅଭିଯୋଗରେ ରୋହିତଙ୍କୁ ପିଛା କରିଥିଲା ପୁଲିସ। ହେଲେ ପୁଲିସ ହାତରୁ ଖସିବା ପାଇଁ ହଠାତ୍ ଏକ ବିଲଡିଂକୁ ଚଢ଼ିଯାଇଥିଲା। ପରେ ସେ ବିଲଡିଂର ଝରକା ପାଖକୁ ଚାଲିଯାଇଥିଲା। ରୋହିତଙ୍କ ଏଭଳି ହାବଭାବ ଦେଖି ପୁଲିସ ତାଙ୍କୁ ଧରାଦେବାକୁ ନିବେଦନ କରିଥିଲା। ପ୍ରାୟ ଘଣ୍ଟା ଘଣ୍ଟା ଧରି ଚାଲିଥିଲା କସରତ। ରୋହିତଙ୍କ ଗତିବିଧି ଦେଖି ପୁଲିସ ତଳେ ଜାଲ ବାନ୍ଧି ଥିଲା। ରୋହିତ ଡେଇଁଲେ ଜାଲରେ ପଡ଼ି ତାର ଜୀବନ ବଞ୍ଚି ଯିବ ବୋଲି ପୁଲିସ ଭାବିଥିଲା। ହେଲେ ରୋହିତ ଆଉ ଏକ ପାଖକୁ ଡେଇଁ ତଳେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜେଜେ ହସପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁମୃତ ଘୋଷଣା କରିଥିଲେ।
Powered by Froala Editor