ବିରୋଧ ପରେ ବାସଭବନ ଛାଡି ଚାଲିଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ପ୍ରଦର୍ଶନକାରୀ କଲମ୍ବୋ ସ୍ଥିତ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରାଓ କରିଛନ୍ତି। ଏହାପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ରାଜଭବନରୁ ବାହାରି ଘର ଛାଡ଼ି ପଳାଇଛନ୍ତି। ଶନିବାର ସେନାପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାପୂର୍ବରୁ ମେ'୧୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ମଧ୍ୟ ନିଜ ପରିବାର ସହ ବାସଭବନ ଛାଡ଼ି ନୌସେନା କ୍ୟାମ୍ପକୁ ପଳାଇଥିଲେ।
ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଶନିବାର ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟାଙ୍କ ଘରକୁ ଘେରି ଦେଇଥିଲେ। ପ୍ରବଳ ଭଙ୍ଗାରୁଜା କରିଥିଲେ। ସେମାନେ ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଘର ଛାଡି ପଳାଇଛନ୍ତି।
Powered by Froala Editor