ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ଭିଭୋ କମ୍ପାନି
ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି) ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଭିଭୋ କମ୍ପାନି । ବ୍ୟାପକ ପରିମାଣରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଇଡି ପକ୍ଷରୁ ଚାଇନା ମୋବାଇଲ କମ୍ପାନୀ ଭିଭୋର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଫଳରେ ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭିଭୋ । ଇଡି ପକ୍ଷରୁ ବ୍ୟାଙ୍କ ଖାତା ଅଚଳ କରାଯାଇଥିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ ।
ଭିଭୋ ପକ୍ଷରୁ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି ଯେ ଭାରତରେ ଭିଭୋର ୯୦୦୦ କର୍ମଚାରୀ ଅଛନ୍ତି । କମ୍ପାନୀର ବକେୟା ଦେୟ ମଧ୍ୟ ରହିଛି । ବ୍ୟାଙ୍କ ଖାତା ଅଚଳ ହୋଇଥିବାରୁ କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ଦେଇପାରିବ ନାହିଁ, ଏହା ସହିତ ନିଜର ଅନ୍ୟାନ୍ୟ ସରକାରୀ ଦେୟ ମଧ୍ୟ ଦାଖଲ କରିପାରିବ ନାହିଁ । ତେଣୁ ଏହି କଟକଣା ହଟାଇବାକୁ ଦାବି ହୋଇଛି।
ଗତକାଲି ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍ କରାଯାଇଛି। କମ୍ପାନୀ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପ୍ରେରଣ କରିଥିବା ଅଭିଯୋଗ ହୋଇଛି। ଏହି ଆର୍ଥିକ ପରିମାଣ କମ୍ପାନୀ ଟର୍ଣ୍ଣ ଓଭରର ୫୦ ପ୍ରତିଶତ ହେବ। ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ କମ୍ପାନୀ ଏଭଳି ଏକ ଫନ୍ଦିଫିକର ଉପାୟକୁ ଆପଣେଇଥିବା ଇଡି ପକ୍ଷରୁ କୁହାଯାଛି।
Powered by Froala Editor