ଅମରନାଥରେ ଅତି ପ୍ରବଳ ବର୍ଷା, ୧୫ ଜଣଙ୍କ ମୃତ୍ୟୁ

ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ବାଦଲ ଫଟା ବର୍ଷା ହୋଇଛି । ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି। କିଛି ତୀର୍ଥଯାତ୍ରୀ ଶିବିର ଭାସିଯାଇଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଫ, ଭାରତୀୟ ସେନା, ଏସ୍ଡିଆର୍ଏଫ୍ ଓ ପୁଲିସ୍ ଫୋର୍ସ ନିୟୋଜିତ ଅଛନ୍ତି।
ଆଜି ସନ୍ଧ୍ୟା ସାଢ଼େ ୫ଟା ସମୟରେ ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ଅମରନାଥର ଗୁମ୍ଫାର ଦୁଇ ପାର୍ଶ୍ୱ ଦେଇ ପ୍ରବଳ ଜଳ ଶ୍ରୋତ ବୋହିଥିଲା। ସଂଗେ ସଂଗେ ତିନି ଶିଖ୍ ଧର୍ମାଲମ୍ବୀ ପାଣିରେ ଭାସିଯାଇଥିଲେ। କିଛି ସମୟ ପାଇଁ ହୋଇଥିବା ଏହି ଜଳ ପ୍ରଳୟରେ କେତେକ ଟେଣ୍ଟ ହାଉସ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରତ୍ୟେକ ଟେଣ୍ଟରେ ଅତି କମ୍ରେ ୪-୬ ଲୋକେ ରହୁଥିଲେ। ଏନ୍ଡିଆର୍ଏଫ୍ର କର୍ମଚାରୀଙ୍କ ସୂଚନା ଅନୁସାରେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ନିଖୋଜ୍ ଅଛନ୍ତି। ଆହତମାନଙ୍କୁ ସିଧା ଏୟାର୍ଲିଫ୍ଟ କରି ଡାକ୍ତରଖାନା ନିଆଯାଉଛି। ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନର ଖରାପ ସ୍ଥିତିକୁ ଦେଖି ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।
Powered by Froala Editor