ତାମିଲ ଅଭିନେତା ଚିୟାନ ବିକ୍ରମଙ୍କୁ ହୃଦ୍ଘାତ

ଜଣାଶୁଣା ତାମିଲ ଅଭିନେତା ଚିୟାନ ବିକ୍ରମଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ନିକଟରେ ଦକ୍ଷିଣ ଭାରତୀୟ ଷ୍ଟାର୍ ପୁନୀତ ରାଜକୁମାରଙ୍କର ହୃଦ୍ଘାତରେ ପରଲୋକ ହୋଇଥିଲା। ଏବେ ଆଉଜଣେ ଦକ୍ଷିଣୀ ଷ୍ଟାର୍ ଚିୟାନ୍ ବିକ୍ରମ୍ ମଧ୍ୟ ହୃଦ୍ଘାତରେ ଶିକାର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଞ୍ଜିଓଗ୍ରାମ କରାଯାଇଛି। ତାଙ୍କ ଅବସ୍ଥା ଭଲ ଅଛି। ଆଜି ନ ହେଲେ ଆସନ୍ତାକାଲି ତାଙ୍କୁ ଡିସ୍ଚାର୍ଜ କରି ଦିଆଯିବ। ତେବେ ହସ୍ପିଟାଲ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କିଛି ସୂଚନା ଦିଆଯାଇନାହିଁ।
ଗତକାଲି(ଜୁଲାଇ ୭) ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚେନ୍ନାଇର କୌଭେରି ହସ୍ପିଟାଲ୍କୁ ନିଆଯାଇଥିଲା। ଆଜି ଚିୟାନ ବିକ୍ରମଙ୍କର ଅପ୍ କମିଂ ଫିଲ୍ମ ପୋନିୟନ ସେଲ୍ଭନ-୧ର ଟିଜର ରିଲିଜ୍ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।
Powered by Froala Editor