ହାଇୱା ଧକ୍କାରେ ଶିଶୁ ପୁତ୍ର ମୃତ
ସାଲେପୁର : ବାଲି ବୋଝେଇ ହାଇୱା ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ । ସାଲେପୁର କୁଅଁପାଳ ରାସ୍ତାର ସାଲେପୁର କୋର୍ଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ବସନ୍ତ ନାୟକଙ୍କ ୬ବର୍ଷର ଶିଶୁ ପୁତ୍ର ଅମନ ନାୟକ । ଶିଶୁ ପୁତ୍ର ନିଜ ମାମୁଁ ଘର ସାଲେପୁର ଲୁଣାହାର ଗାଁକୁ ବାପା-ମା’ଙ୍କ ସାଙ୍ଗରେ ଆସିଥିଲା ।
ଗୁରୁବାର ନିଜ ବାପାଙ୍କ ସାଙ୍ଗରେ ସାଲେପୁର ହାଟକୁ ଆସିଥିବା ବେଳେ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଶିଶୁ ପୁତ୍ରଟିକୁ ସାଲେପୁର ମେଡିକାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସାଲେପୁର କୁଅଁପାଳ ରାସ୍ତାର ଲୁଣାହାର ଛକ ନିକଟରେ ଟାୟାର ଜାଳି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରୁଛି । ଏପଟେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୋଲିସ ଜବତ କରିଛି ।
Powered by Froala Editor