କୋଲକାତାରେ ବିବାହ କଲେ ଦୁଇ ସମଲିଙ୍ଗୀ ଯୁବକ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କୋଲକାତାର ଦୁଇ ଯୁବକ । ବିବାହ କରିଥିବା ଏହି ସମଲିଙ୍ଗୀ ପୁରୁଷ ଦମ୍ପତ୍ତି ହେଉଛନ୍ତି ଅଭିଷେକ ରାୟ ଏବଂ ଚୈତନ୍ୟ ଶର୍ମା । ତାଙ୍କର ଏହି ବହୁ ଚର୍ଚ୍ଚିତ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ବିବାହ ନୁହେଁ ହଲଦୀ ଓ ମେହେନ୍ଦୀର ଚିତ୍ର ଭାଇରାଲ ହେବାରେ ଲାଗିଛି । ଅଭିଷେକ ପାରମ୍ପରିକ ବଙ୍ଗୀୟ ବର ଭାବରେ ଧୋତି ଏବଂ କୁର୍ତ୍ତା ପିନ୍ଧିଥିବାବେଳେ ଚୈତନ୍ୟ ଏକ ଶେରୱାନି ପିନ୍ଧିଥିଲେ । ଚୈତନ୍ୟ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଅନେକ ବିବାହ ଚିତ୍ର ମଧ୍ୟ ସେୟାର କରିଛନ୍ତି । ବିବାହରେ ସାମିଲ ହୋଇଥିଲେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ । ସୋସିଆଲ ମିଡିଆରେ ଲୋକମାନେ ଏହି ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କୋଲକାତାର ଏକ ପାଞ୍ଚ ତାରକା ହୋଟେଲରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ଅଭିଷେକ ରୟ ହେଉଛନ୍ତି କୋଲକାତାର ଜଣେ ଡିଜାଇନର୍ । ସେ ତାଙ୍କର ପୁରୁଷ ବନ୍ଧୁ ଚୈତନ୍ୟ ଶର୍ମାଙ୍କୁ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ଦୁଇ ପରିବାର ଏକାଠି ଥିଲେ ଏବଂ ସେମାନେ ଖୁସିରେ ଏହି ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ ।
Powered by Froala Editor