ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
ତେଲ ଦର ଉପରରୁ ଭାଟ୍ ହ୍ରାସ କଲେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ସୋମବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ପରେ ଏମିତି ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଧେ।
ଦେଶର ଅଧିକାଂଶ ବିଜେପି ଶାସିତ ରାଜ୍ୟ ତେଲ ଉପରେ ଟ୍ୟାକ୍ସ ହ୍ରାସ କରିଥିବା ବେଳେ ବିରୋଧୀ ଶାସକମାନେ ଏହି ଫର୍ମୁଲା ଆପଣାଇବାକୁ ଅମଙ୍ଗ ହୋଇଛନ୍ତି। ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ଅଧିକାଂଶ ବିଜେପି ଶାସିତ ରାଜ୍ୟ ମଧ୍ୟ ତେଲ ଉପରୁ ଭାଟ ହ୍ରାସ କରିଛନ୍ତି।
ତେଲ ଦର ଆକାଶ ଛୁଆଁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଟ ହ୍ରାସ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସିନ୍ଦେ ସରକାର ଆସିବା ପରେ ସେ ତୈଳ ଦର ଉପରୁ ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି।
ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍ ଟେଷ୍ଟ୍’ରେ ସିନ୍ଦେ ସରକାର୧୬୪ ଭୋଟ୍ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍ ଟେଷ୍ଟ୍’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍ ମିଳିଛି। ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ପରେ ଏମିତି ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଧେ।

Powered by Froala Editor