ନିଖୋଜ ଥିଲେ, ଡ୍ରେନ୍ରୁ ମିଳିଲା ଛାତ୍ରଙ୍କ ମୃତଦେହ
![ନିଖୋଜ ଥିଲେ, ଡ୍ରେନ୍ରୁ ମିଳିଲା ଛାତ୍ରଙ୍କ ମୃତଦେହ](https://odishanewslens.com/news_gallery/14541_1656876711.jpg)
ଉତ୍ତରପ୍ରଦେଶ ମିରଟରେ ଜଣେ ୨୧ ବର୍ଷୀୟ ଛାତ୍ରଙ୍କୁ ହତ୍ୟାକରି ଡ୍ରେନ୍କୁ ଫିଙ୍ଗି ଦିଆଯାଇଛି। ମୃତ ଦେହଟିକୁ ଅଖାଭିତରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିଛି। ମୃତ ଛାତ୍ର ଜଣକ ହେଲେ ୟସ୍ ରସ୍ତୋଗୀ।
ଗତ ଜୁନ୍ ୨୭ ତାରିଖରୁ ୟସ୍ ନିଖୋଜ ଥିଲେ। ପ୍ରାୟ ୨୫୦ଟି ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ୟସଙ୍କ ମୃତଦେହକୁ ଠାବ କରାଯାଇ ଥିଲା। ସିସିଟିଭି ଫୁଟେଜରେ ଶେଷଥର ପାଇଁ ଏକ ସ୍କୁଟିରେ ୟସ୍ ରାଇଡ୍ କରୁଥିବା ଜଣାପଡ଼ିଛି। ତେବେ କିଛି ସମୟ ମଧ୍ୟରେ ୟସ୍ ଆଉ ସିସିଟିଭିରେ ନଜର ଆସିନଥିଲେ। ପରେ ମୃତ ଦେହଟିକୁ ଏକ ଅଖାରେ ଭର୍ତ୍ତି କରି ନାଳକୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର କାରଣକୁ ନେଇ ପୁଲିସ ଯାଞ୍ଚ କରୁଛି।
Powered by Froala Editor