ସୋଲୋଗାମୀ ବିବାହ କରି ଫସିଲେ କ୍ଷମା: ଚାକିରି ଗଲା, ଘରୁ ବାହାର କରିଦେଲେ ମାଲିକ

ନିଜକୁ ନିଜେ ବିବାହ କରି ଚର୍ଚ୍ଚାରେ ରହିଥିବା କ୍ଷମା ବିନ୍ଦୁଙ୍କ ସାମ୍ନାରେ ଏବେ ସମସ୍ୟାର ପାହାଡ ଛିଡା ହୋଇଛି । ଘର ଓ ଚାକିରି ଯିବା ପରେ ତାଙ୍କୁ ବଡୋଦରା ସହର ଛାଡିବାକୁ ପଡିଛି ।
ଗୁଜରାଟ ବଡୋଦରାର ୨୪ ବର୍ଷିୟା କ୍ଷମା ବିନ୍ଦୁ ପେଷାରେ ଜଣେ ବ୍ଲଗର । ସେ ନିଜକୁ ନିଜେ ବିବାହ କରି ସାରା ଦେଶରେ ଚର୍ଚ୍ଚାର ପାତ୍ର ହୋଇଥିଲେ। ଏପରି ବିବାହକୁ ସେତେବେଳେ ଭାରତରେ ପ୍ରଥମ ସୋଲୋଗାମୀ ବିବାହ ବୋଲି କୁହାଯାଇଥିଲା। ତେବେ ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ଉପରେ ଏବେ ସମସ୍ୟାର ପାହାଡ ଭାଙ୍ଗିଛି।
ବଡୋଦରାର ଶୁଭାନପୁରା ଅଞ୍ଚଳରେ ରହୁଥିବା କ୍ଷମା ବିନ୍ଦୁ ସହର ଛାଡିବା ଲାଗି ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ତାଙ୍କ ଚାକିରୀ ଚାଲି ଯାଇଥିବା ବେଳେ ଘର ମାଲିକ ତାଙ୍କୁ ଘର ଖାଲି କରିଦେବାକୁ କହିଥିଲେ। ଏବେ ଘର ଓ ଚାକିରୀ ଉଭୟ ଚାଲିଯିବା ଯୋଗୁ ସେ ବଡୋଦରା ଛାଡିଛନ୍ତି। ତେବେ ସେ କେଉଁଠି ରହୁଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ପୁଣି ବଡୋଦରା ଫେରିଲେ ସୂଚନା ଦେବେ ବୋଲି କହିଛନ୍ତି।
Powered by Froala Editor