ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ

ବିହାର ପୂର୍ବ ଚମ୍ପାରଣ ଜିଲ୍ଲାରେ ରକ୍ସଲ-ନରକଟିଆଗଞ୍ଜ ରେଳଖଣ୍ଡର ଭେଲବା ଷ୍ଟେସନ ନିକଟରେ ଏକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଚଳନ୍ତା ଟ୍ରେନରେ ଘଟିଥିବା ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶହଶହ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇପାରିଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଙ୍କୁ ଆୟତ୍ତ କରିଛନ୍ତି।
ଭୀଷଣ ଧୂଆଁ ଟ୍ରେନ ବଗିରେ ପଶିବା ଯୋଗୁ ଯାତ୍ରୀଙ୍କୁ ମଧ୍ୟ ଅଗ୍ନିକାଣ୍ଡର ସୂଚନା ମିଳିଯାଇଥିଲା। ଡ୍ରାଇଭର ଟ୍ରେନକୁ ମନ୍ଥର କରି ଅଟକାଇବା ସହ ତୁରନ୍ତ ବଗି ଓ ଇଞ୍ଜିନକୁ ପୃଥକ କରିଦେଇଥିଲେ। ଟ୍ରେନରୁ ସବୁ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଇଞ୍ଜିନରେ ନିଆଁ ଲାଗିଥିବା ନେଇ ଷ୍ଟେସନକୁ ଖବର ଦିଆଯିବା ପରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁସାରେ, ରକ୍ସୌଲ୍ରୁ ନରକଟୀକଗଞ୍ଜ ଯାଉଥିବା ‘ଡିଏମ୍ୟୁ’ ଟ୍ରେନ୍ର ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଘଟଣର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଖବର ସରବରାହ ସଂସ୍ଥା ଏଏନ୍ଆଇ ଶେଆର କରିଛି। ଭିଡିଓରେ ଦେଖିବାକୁ ମିଳିଛି, ଟ୍ରେନ୍ରେ ବ୍ୟାପକ ନିଆଁ ଲାଗିବା ସହ କଳାଧୂଆଁ ଉଠୁଛି। ଘଟଣାସ୍ଥଳରେ ଦେଖଣାହାରିମାନେ ଭିଡ ଜମାଇଥିବା ବେଳେ ଦମକଳ କର୍ମଚାରୀମାନେ ନିଆଁ ଲିଭାଇଥିଲେ। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
Powered by Froala Editor