କମଲେଶଙ୍କ ପତ୍ନୀ କିରଣଙ୍କୁ ହତ୍ୟା ଧମକ
କମଳେଶ ତିଓ୍ବାରୀଙ୍କ ପତ୍ନୀ କିରନ ତିଓ୍ବାରୀଙ୍କ ପାଖକୁ ଏକ ଧମକପୂର୍ଣ୍ଣ ପତ୍ର ଆସିଛି । ପତ୍ରରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଅଭିଯୋଗ ମିଳିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।
ଉଦୟପୁର ଓ ଅମରାବତୀ ହତ୍ୟା ଘଟଣା ପରେ କିରନ ତିଓ୍ବାରୀଙ୍କ ପାଖକୁ ଏଭଳି ଧମକ ଆସିଛି । ଗତ ଜୁନ ୨୨ରେ ତାଙ୍କ ଘରକୁ ଏକ ଧଳା ଲଫାପାରେ ଏକ ପତ୍ର ଆସିଥିଲା । ସେଥିରେ ଉର୍ଦ୍ଦୁରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଳାଧଳା ଫଟୋ ରହିଛି ଓ ଫଟୋ ଉପରେ ଛକି କଟାଯାଇ ଟାର୍ଗେଟ ବୋଲି ଲେଖାଯାଇଛି ।
ବିବାଦୀୟ ଇସଲାମ ବିରୋଧୀ ବୟାନ ପାଇଁ ୨୦୧୫ରେ କମଳେଶ ତିଓ୍ବାରୀ ଙ୍କ ବିରୋଧରେ ବିଭିନ୍ନ ସହରରେ ବିକ୍ଷୋଭ ହୋଇଥିଲା । ଉତ୍ତରପ୍ରଦେଶର ମୁଜାଫରନଗର ଓ ରାଜସ୍ଥାନର ଟୋଙ୍କଠାରେ ବିକ୍ଷୋଭକାରୀମାନେ ତାଙ୍କ ମୁଣ୍ଡକାଟ ପାଇଁ ଦାବି କରିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୧୮ରେ ସେ ଜେଲରୁ ଖଲାସ ହେବା ପରେ ତାଙ୍କୁ ହତ୍ୟା କରାଯାଇଥିଲା ।
Powered by Froala Editor