ରଥଯାତ୍ରା ଅବସରରେ ରାଜ୍ୟପାଳଙ୍କ ଶୁଭେଚ୍ଛା
ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ ଟ୍ବିଟ କରି ରାଜ୍ୟପାଳ କହିଛନ୍ତି, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତିଟି ଓଡିଆ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବିକତାର ଉତ୍ତରଣ ଓ ଆଧ୍ୟତ୍ମିକ ଅନ୍ବେଷଣର ମାର୍ଗ । ସମାଜରେ ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବକ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ଟ୍ବିଟ କରି କହିଛନ୍ତି ରାଜ୍ୟପାଳ ।
ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କ ମୋର ଶୁଭେଚ୍ଛା । ଓଡିଶା ତଥା ସାରା ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରତିଟି ଓଡିଆବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କରୁଥିବା ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ମାସ୍କ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଭାଗ ନେଇ ମହାବାହୁଙ୍କ ଆର୍ଶୀବାଦ ଲାଭ କରିବାକୁ କହିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ।
Powered by Froala Editor