ଇସ୍ତଫା ଦେଲେ ଉଦ୍ଧବ ଠାକରେ
ସୁପ୍ରିମକୋର୍ଟ ଆସ୍ଥା ଭୋଟ ବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିବା କ୍ଷଣୀ ଉଦ୍ଧବ ଠାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ମହାରାଷ୍ଟ୍ର ବିଧାନ ପରିଷଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ଫେସବୁକ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପଦ ଛାଡ଼ୁଥିବା କଥା କହିଛନ୍ତି।
ସେ କହିଛନ୍ତି “ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।” ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ପଦରୁ ବି ସେ ଇସ୍ତଫା ଘୋଷଣା କରିଛନ୍ତି।
ଏନେଇ ସେ କହିଛନ୍ତି ” ମୁଁ ଗୋଟେ ଅପ୍ରତ୍ୟାଶିତ ଭାବେ ସରକାର ଗଠନ କରିଥିଲି। ଏବଂ ସମାନ ଢଙ୍ଗରେ କ୍ଷମତା ଚ୍ୟୁତ ହେଲି। ତେବେ ମୁଁ ସବୁଦିନ ପାଇଁ ଯାଉ ନାହିଁ। ମୁଁ ଏଇଠି ରହିବି। ମୁଁ ପୁଣିଥରେ ଶିବସେନା ଭବନରେ ବସିବି। ମୁଁ ମୋ ଲୋକଙ୍କୁ ଏକାଠି କରିବି। ମୁଁ ମୁଖ୍ୟମନ୍ତ୍ରୀ ଓ ବିଧାନ ପରିଷଦ ପଦରୁ ଇସ୍ତଫା ଦେଉଛି।”
ତେବେ ଇସ୍ତଫା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ସେମାନଙ୍କର ଧନ୍ୟବାଦ ଦେଇଛନ୍ତି।
ସେ କହିଛନ୍ତି “ସମର୍ଥନ ପାଇଁ କଂଗ୍ରେସ ଓ ଏନ୍ସିପି କର୍ମୀଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ପ୍ରସ୍ତାବ ପାରିତ ହେଲା ବେଳେ ଶିବସେନା ପାର୍ଟିରୁ ଅନୀଲ ପରବ, ଶୁଭାଶ ଦେଶାଇ ଏବଂ ଆଦିତ୍ୟ ଠାକରେ ଉପସ୍ଥିତ ଥିବା ବେଳେ ଏନ୍ସିପି କଂଗ୍ରେସ ସମର୍ଥନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ଆମ ସରକାରଙ୍କୁ ମାଡ଼ ମାରିଲା” ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ସବୁ କିଛି ଦେଇଥିଲି। ହେଲେ ଏବେ ସେମାନେ ମୋତେ ଧୋକା ଦେଇଛନ୍ତି।”

Powered by Froala Editor