ଆରବ ସାଗରରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଓଏନଜିସିର ହେଲିକପ୍ଟର
ମୁମ୍ବାଇ ନିକଟ ଆରବ ସାଗରର ବମ୍ବେ ହାଇ ନିକଟରେ ମଙ୍ଗଳବାର ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି। ସାଗର କିରଣ ରିଗ୍ ନିକଟରେ ବିମାନଟିକୁ ପାଇଲଟଙ୍କୁ ଜରୁରୀ ଅବତରଣ କରିବାକୁ ପଡିଛି। ଏହି ହେଲିକପ୍ଟରରେ ୨ ଜଣ ପାଇଲଟ ଓ ୭ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ୪ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଘଟିଥିବାବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ମୃତକଙ୍କୁ ମୁକେଶ ପଟେଲ, ବିଜୟ ମଣ୍ଡଳୋଇ, ସତ୍ୟବନ୍ଦ ପାତ୍ର ଏବଂ ସଞ୍ଜୁ ଫ୍ରାନ୍ସସିସ୍ ଭାବେ ଚିହ୍ନଟ କରାଯାଇଛି। ଏନେଇ ଓଏନ୍ଜିସି ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ୭ ଯାତ୍ରୀ ଓ ୨ ଜଣ ପାଇଲଟଙ୍କୁ ନେଇ ମୁମ୍ବାଇରୁ ଉଡାଣ ଭରିଥିବା ଏକ ହେଲିକପ୍ଟର ସାଗର କିରଣର ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ଲିମିଟେଡ୍ ରିଗ୍ ପାଖରେ ଆରବ ସାଗରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଏହି ହେଲିକପ୍ଟରରେ ୬ଜଣ ଓଏନ୍ଜିସି କର୍ମୀ ଥିଲେ। ତେବେ ହେଲିକପ୍ଟରକୁ କେଉଁ କାରଣରୁ ଆରବ ସାଗରରେ ଜରୁରୀ ଅବତରଣ କରିବାକୁ ପଡିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ଇଣ୍ଡିଆନ କୋଷ୍ଟଗାର୍ଡଙ୍କ ଅନୁଯାୟୀ ଏହି ହେଲିକପ୍ଟରଟି ଓଏନଜିସିର। ଏହା ସାଗର କିରଣ ନିକଟ ଏକ ଖାଇରେ ଅବତରଣ କରିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ମୁମ୍ବାଇ ଉପକୂଳରୁ ଏକ ଜାହାଜ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ହେଲିକପ୍ଟର ଚାଳକମାନଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟଗାର୍ଡ ବିମାନ ଲାଇଫ ରାଫ୍ଟ ପକାଇଥିଲା। କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟରେ ନୌସେନା ଏବଂ ଓଏନଜିସି ମଧ୍ୟରେ ସମନ୍ବୟ ରକ୍ଷା କରିଥିଲେ।
Powered by Froala Editor