ଥମିବାରେ ନାଁ ଧରୁନାହିଁ ଆସାମ ବନ୍ୟା : ଗଲାଣି ୧୦୭ ଜୀବନ
ଆସାମ : ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ । ଶହ ଶହ ଲୋକ ବନ୍ୟା କାରଣରୁ ନିଜ ବାସ ହରାଇଥିବାବେଳେ ସେମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଚାରିଆଡେ ଜଳର ଅତ୍ୟାଧିକ ମାତ୍ରା ଉଭୟ ମଣିଷ ଓ ଜୀବଙ୍କୁ ବିପଦରେ ପକାଇଛି । ୧୦୭ ଜଣଙ୍କ ମୃତ୍ୟୁ ହେବା ସହ ଦିନକରେ ୧୨ଜଣଙ୍କ ଜୀବନ ନେଇଛି ବନ୍ୟା ଓ ଭୁସ୍ଖଳନ ।
ବନ୍ୟା ଯୋଗୁଁ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୨ଟି ଜିଲ୍ଲାର ୪୯୪୧ ଜଣ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ଏବେ ୮୪୫ଟି ରିଲିଫ୍ ଶିବିରରେ ବନ୍ୟା ବିପନ୍ନମାନେ ରହିଛନ୍ତି । କୋପିଲି, ଦିସାଙ୍ଗ ଏବଂ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି ।
Powered by Froala Editor