ପୁଟିନ କଲେ ରକ୍ତ ସ୍ନାନ, କାହିଁକି ଜାଣନ୍ତୁ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଅକ୍ଟୋବରରେ ୭୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ସତ୍ୟାସତ୍ୟ ପ୍ରମାଣ ମିଳିବା କଷ୍ଟକର । ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ଭିତରେ ପୁଟିନଙ୍କ ସ୍ୱାସ୍ଥ୍ୟ ବିଷୟରେ ଲୋକାଲୋଚନରେ ପ୍ରକାଶ ପାଇ ନାହିଁ । ତାଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ଦର୍ଶାଇବା ପାଇଁ କ୍ରେମଲିନ ପକ୍ଷରୁ ତାଙ୍କର ଏକ ଛାତି ଖୋଲା ଫଟୋ ପ୍ରକାଶ ପାଇଥିଲା ।
ପୁଟିନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗତ ଏପି୍ରଲ ମାସରେ ରୁଷୀୟ ଭାଷାରେ ପ୍ରକାଶିତ ନୁ୍ୟଜ୍ ୱେବସାଇଟରେ ଏକ ଖବର ପ୍ରକାଶ ପାଇଥିଲା ଯେ ଦକ୍ଷିଣୀ ରିସର୍ଟ ସିଟି ସୋଚିକୁ ଯେତେବେଳେ ପୁଟିନ ଗସ୍ତ କରିଥିଲେ ସେତେବେଳେ ବହୁସଂଖ୍ୟକ ଡ଼ାକ୍ତର ବି ସେଠାକୁ ଯାଇଥିଲେ । ଏଥିରେ ଆହୁରି ଲେଖାଯାଇଥିଲା ଯେ, ଜଣେ ଥାଇରଏଡ଼ କ୍ୟାନସର ବିଶେଷଜ୍ଞ ବାରମ୍ବାର ସୋଚିକୁ ଯାଆନ୍ତି । ସମ୍ପୃକ୍ତ ବିଶେଷଜ୍ଞ ଜଣକ ସୋଚିକୁ ଯିବା ସମୟରେ ପୁଟିନଙ୍କୁ ସାଧାରଣରେ ଦେଖିବାକୁ ମିଳି ନଥାଏ । ଆୟୁଷ ବଢେ଼ଇବା ପାଇଁ ପୁଟିନ ଏକ ଅଭିନବ ପନ୍ଥା ଆପଣଉଥିବା ଏଥିରେ ଦାବି କରାଯାଇଛି । ଯାହାକୁ ଅନ୍ଧବିଶ୍ୱାସ କୁହାଯାଇପାରେ । ତାହା ହେଉଛି ସାଇବେରୀୟ ସୁନ୍ଦର ଶିଙ୍ଗବାଲା ହରିଣ ରକ୍ତରେ ସ୍ନାନ । ତାଙ୍କର ଜଣେ ବନ୍ଧୁ ଯିଏ ରୁଷର ପ୍ରତିରକ୍ଷା ମନ୍ତ୍ରୀÿ ତାଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ଫରାସୀ ସାପ୍ତାହିକ ପ୍ୟାରିସ ମ୍ୟାଚ ପକ୍ଷରୁ ଚଳିତ ମାସରେ ପ୍ରକାଶ ପାଇଛି ଯେ, ପୁଟିନ ଯେତେବେଳେ ୨୦୧୯ରେ ସାଉଦି ଆରବ ଓ ୨୦୧୭ରେ ଫ୍ରାନ୍ସ ଗତ କରିଥିଲେ । ସେତେବେଳେ ତାଙ୍କ ମଳମୂତ୍ର ସଫା କରିବା ପାଇଁ ତାଙ୍କ ସହ ଏକ ଦଳ ଯାଇଥିଲା । ଉଦେ୍ଧଶ୍ୟ କୌଣସି ବିଦେଶୀ ଶକ୍ତି ଯେପରି ପାଇଖାନାରୁ ତାଙ୍କ ମଳମୂତ୍ରର ନମୁନା ସଂଗ୍ରହ କରି ପରୀକ୍ଷା କରିବାର ସୁଯୋଗ ନ ପାଏ । ପୁଟିନ କୁଆଡେ଼ ଏପ୍ରିଲ ମାସରେ କ୍ୟାନସର ରୋଗର ଚିକିସôା କରାଇଥିଲେ । ଆମେରିକା ଗୁଇନ୍ଦା ସଂସ୍ଥା ସୂତ୍ରରୁ ସେମାନେ ଏହି ଖବର ପାଇଲେ ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ଆମେରିକା ନ୍ୟାସନାଲ ସିକୁ୍ୟରିଟି କାଉନସିଲ ଏହାକୁ ଅସ୍ୱୀକାର କରିଛି ।
Powered by Froala Editor