ଆଫଗାନିସ୍ତାନରେ ଭୂକମ୍ପ ଝଟ୍କା, ୧୩୦ ମୃତ
କାବୁଲ: ଆଫଗାନିସ୍ତାନରେ ଭୂକମ୍ପ ଝଟକା। ମଙ୍ଗଳବାର ମଧ୍ୟରାତ୍ରି ୨.୨୪ ମିନିଟରେ ପାକିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା ୬.୧ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଏହି ଶକ୍ତିଶାଳୀ ଭୂୂକମ୍ପରେ ୧୩୦ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିପର୍ୟ୍ୟୟ ପରିଚାଳନା ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪ କିମି ଦୂରରେ ଏହି ଭୂକମ୍ପ ହୋଇଛି । ଏହାର ଗଭୀରତା ୫୧କିମି ରହିଥିବା ବେଳେ ଅକ୍ଷାଂଶ ୩୨.୯୪ ରହିଥିବାବେଳେ ଦ୍ରାଘିମା ୬୯.୫୬ ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ସୂଚନାଅନୁସାରେ, ଗତ ଶୁକ୍ରବାର ଦିନ ଆଫଗାନିସ୍ତାନର କେତେକ ସହରରେ ୫.୦ ତୀବ୍ରତାର ଭୂକମ୍ପ ହୋଇଥିଲା ।
Powered by Froala Editor