ଆକାଶରେ ଦେଖାଦେଲା ଘୂର୍ଣ୍ଣୟମାନ ନୀଳ ରଙ୍ଗର ରଶ୍ମି
ରବିବାର ରାତିରେ ନ୍ୟୁଜିଲ୍ୟାଣ୍ଡ ଆକାଶରେ ଘୂର୍ଣ୍ଣାୟମାନ ରହସ୍ୟମୟ ନୀଳ ରଙ୍ଗ ରଶ୍ମି ଦେଖାଯାଇଛି । ନ୍ୟୁଜିଲ୍ୟାଣ୍ଡର ନେଲସନ ସହରରେ ଦେଖାଯାଇଥିବା ଏହି ଦୃଶ୍ୟକୁ ଲୋକେ ମୋବାଇଲରେ କଏଦ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକେ ଏହାକୁ ଏକ ୱର୍ମହୋଲ(wormhole) ବୋଲି ଅଲୋଚନା କରୁଛନ୍ତି। ଅନେକ ଏହି ଫଟୋ ମିଛ ବୋଲି ମଧ୍ୟ ମତ ପୋଷଣ କରିଛନ୍ତି।
ତେବେ ବିଶେଷଜ୍ଞମାନେ ବାଦଲ ଭିତରେ ଦେଖାଯାଇଥିବା ଏହି ରଶ୍ମି ଫାଲକନ-୯ ରକେଟର ଧୂଆଁ ଯୋଗୁ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି। ଯେଉଁ ରକେଟ ଗ୍ଲୋବାଲ ଷ୍ଟାର ଡିଏମ୍୧୫ ସାଟଲାଇଟ୍ ନେଇ ଯାଇଥିଲା। ରକେଟର ଧୂଆଁ ବାୟୁମଣ୍ଡଳ ଓ ସୂର୍ଯ୍ୟାରଶ୍ମି ସଂସ୍ପର୍ଶରେ ଆସି ବାଦଲ ଭିତରେ ଏଭଳି ଦୃଶ୍ୟ ସୃଷ୍ଟି କରିଥିବା ବିଶେଷଜ୍ଞମାନେ କହିଛନ୍ତି।
Powered by Froala Editor