ଯଶୋବନ୍ତ ସିହ୍ନାଙ୍କ ଟିଏମସିରୁ ଇସ୍ତଫା
କୋଲକାତା:ବିରୋଧୀଙ୍କ ରାଷ୍ଟ୍ରପତି ଚେହେରା ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ଯଶୱନ୍ତ ସିହ୍ନା । ବିରୋଧୀ ଯଶୱନ୍ତଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିପାରନ୍ତି । ପ୍ରଥମେ ଏନସିବି ମୁଖ୍ୟ ଶରଦ ପାୱାର, ଫାରୁକ ଅବଦୁଲ୍ଲା ଏବଂ ପରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଅମଙ୍ଗ ହେବାପରେ, ଏବେ କିଏ ବିରୋଧୀ ଦଳର ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏସବୁ ଭିତରେ ଆଜି ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା । ସେ ନିଜେ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଯଶୋବନ୍ତଙ୍କ ଟ୍ବିଟ୍ରୁ ସେ ବିରୋଧିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ସିହ୍ନା ନିଜ ଇସ୍ତଫା ପତ୍ର ପାର୍ଟି ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି ।
।''ପ୍ରକାଶଥାଉ କି, ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ଏ ଯାଏଁ ଉଭୟ ଶାସକ ବିଜେପି ଏବଂ ବିରୋଧି ନିଜ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ପ୍ରାର୍ଥୀ ସ୍ଥିର କରିବ ବୋଲି କୁହାଯାଇଛି । ସେପଟେ ଟିଏମସି ବିରୋଧି ଦଳ ବୈଠକରେ ପ୍ରାର୍ଥୀ ଭାବେ ଯଶୋବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ଦେଇପାରେ ବୋଲି ଅନୁମାନ କରାଯାଉଛି ।
Powered by Froala Editor