ମାସ୍କ ଉପରେ ନାକଫୁଲ ଲଗାଇ ଚର୍ଚ୍ଚାରେ ଏହି ମହିଳା
ନୂଆଦିଲ୍ଲୀ : କରୋନା ଗତ ଦେଢ଼ ବର୍ଷ ଧରି ସାରା ବିଶ୍ୱକୁ କଲବଲ କରିସାରିଲାଣି । କରୋନାରୁ ମୁକ୍ତି ପାଇବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହାଦ୍ୱାରା ମହିଳାମାନେ ସାମାନ୍ୟ ଅସୁବିଧାରେ ପଡୁଛନ୍ତି । ମହିଳାମାନେ ନାକଫୁଲ ଲଗାଉଥିବାବେଳେ ମାସ୍କ ଦ୍ୱାରା କିନ୍ତୁ ତାହା ଘୋଡ଼ାଇ ହୋଇଯାଉଛି । ତେବେ ମାସ୍କ ଉପରେ ନାକଫୁଲ ଲଗାଇ ଜଣେ ମହିଳାଙ୍କୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଢେର ଚର୍ଚ୍ଚା ହେଉଛି ।
ବାହାଘର କିମ୍ବା ଉତ୍ସବରେ ମହିଳାମାନେ ସାଧାରଣତଃ ଗହଣା ଲଗାଇଥା’ନ୍ତି । ସେହିପରି ମେକଅପ ମଧ୍ୟ ନେଇଥା’ନ୍ତି । କିନ୍ତୁ ମାସ୍କ ପାଇଁ ମହିଳାଙ୍କର ସୌନ୍ଦର୍ଯ୍ୟ ପୂରା ଗାଏବ ହୋଇଯାଇଲାଣି କହିଲେ ଭୁଲ ହେବନାହିଁ । ତେବେ ଜଣେ ମହିଳା ମାସ୍କ ଉପରେ ନାକ ଫୁଲ ଲଗାଇ ବେଶ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ତାଙ୍କର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ଆଇପିଏସ ଦୀପାଂଶୁ କାବରା ନିଜ ଟ୍ୱିଟରରେ ଏହି ଫଟୋ ସେୟାର କରି ଲେଖିଛନ୍ତିଯେ, ଜୁଏଲାରୀ ଜୁଗାଡ଼ ଲେବଲ, ସୁପର ଅଲଟ୍ରା ପ୍ରୋ ମାକ୍ସ । ଜଣେ ମହିଳା ମାସ୍କ ଉପରେ ଏଭଳି ଗହଣା ପିନ୍ଧି ଉତ୍ସବକୁ ଯାଇଥିବାବେଳେ ତାଙ୍କର ଫଟୋଟି ଉଠାଯାଇଥିଲା ।
Powered by Froala Editor