ଅଗ୍ନିବୀର’ଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସେନାର ‘ଅଗ୍ନିବୀର’ଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ୪ ବର୍ଷ ମଧ୍ୟରେ ଅଗ୍ନିବୀର ଯେଉଁ ଜ୍ଞାନ କୌଶଳ ହାସଲ କରିବେ ଏବଂ ଯେପରି ଶୃଙ୍ଖଳିତ ହେବେ ତାହା ଦ୍ୱାରା ସେମାନଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ପାଇଁ ଭଲ ସୁଯୋଗ ସୃଷ୍ଟିହେବ । ସେନାରେ ଶୃଙ୍ଖଳିତ ଏପରି ଯୁବକଙ୍କୁ ମହିନ୍ଦ୍ରା ଗ୍ରୁପ ସ୍ୱାଗତ କରୁଛି ବୋଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଜଣାଇଛନ୍ତି ।
ମହିନ୍ଦ୍ରା ଗ୍ରୁପ୍ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସେନାରେ ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ’ କୁ ବିରୋଧ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନଙ୍କୁ ଚାକିରି ପ୍ରଦାନ କରିବାକୁ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ଏହି ଅଫର ଏପରି ସମୟରେ ଆସିଛି ଯେତେବେଳେ ସରକାର ଏବଂ ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ବିରୋଧ ହେବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ୩ ସେନାର ଅଧିକାରୀ । ଏହା ସତ୍ତ୍ୱେ ଏହି ଯୋଜନାକୁ ବିରୋଧ ହେଉଛି ।
ଆନନ୍ଦ ମହିନ୍ଦ୍ରା ସୋମବାର ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ ‘ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ବିକ୍ଷୋଭରେ ସେ ଦୁଃଖିତ। ଗତ ବର୍ଷ ଯେତେବେଳେ ଏହି ଯୋଜନାର ସୂଚନା ଆସିଲା, ଏହାକୁ ନେଇ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା । ଏହା ଅଧୀନରେ ଶିଖିଥିବା ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଦକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି’ ।ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ କର୍ପୋରେଟ କ୍ଷେତ୍ରରେ ଅଗ୍ନିବୀରମାନଙ୍କ ପାଇଁ ଅପାର ନିଯୁକ୍ତି ସମ୍ଭାବନା ରହିଛି । ଲିଡରସିପ୍ ଠାରୁ ଆରମ୍ଭ କରି ଦଳଗତ କାର୍ୟ୍ୟ ସବୁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ
Powered by Froala Editor