ଆନ୍ଦୋଳନ ଉସକାଉଥିବା ୩୫ଟି ହ୍ୱାଟସଆପ୍ ଗ୍ରୁପ ବ୍ୟାନ
ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନା ବିରୋଧରେ ସାରାଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ଯୋଜନା ବିରୋଧରେ ହିଂସା ସୃଷ୍ଟି କରି ବିଭିନ୍ନ ପ୍ରକାର ମିଛ ଖବର ପ୍ରସାରଣ କରାଯାଉଛି। ମିଥ୍ୟା ଖବର ପ୍ରଚାର କରି ଆନ୍ଦୋଳନକୁ ଉସକାଉଥିବା ଅଭିଯୋଗରେ ୩୫ଟି ହ୍ୱାଟସଆପ୍ ଗ୍ରୁପକୁ ବ୍ୟାନ କରାଯାଇଛି। ସେହିପରି ଯୁବକମାନଙ୍କୁ ହିଂସା ସୃଷ୍ଟି କରିବା ପାଇଁ ପ୍ରବର୍ତ୍ତାଉ ଥିବା ୧୦ ଜଣଙ୍କୁ ଗିରଫ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗୃହ ମନ୍ତ୍ରଣାଳୟ କହିଛି କେନ୍ଦ୍ର ହ୍ୱାଟସଆପ୍ ଫେକ୍ଟ ଚେକିଙ୍ଗ ପାଇଁ ୮୭୯୯୭୧୧୨୫୯ ନମ୍ୱର ମଧ୍ୟ ଜାରି କରିଛି। ଏହି ନମ୍ବର ଦ୍ୱାରା ଲୋକମାନେ ଅଗ୍ନିପଥ ଯୋଜନା ସମ୍ପର୍କରେ ଉପଯୁକ୍ତ ତଥ୍ୟ ହାସଲ କରିପାରିବେ। ବିହାର ଭଳି ରାଜ୍ୟରେ ଭିଡ଼ କରି ପ୍ରଦର୍ଶନ କରିବା ପାଇଁ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ବିଶେଷ କରି ହ୍ୱାଟସ୍ଆପ୍ର ବ୍ୟବହାର ହୋଇଥିବା ଖବର ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Powered by Froala Editor