ଅଳିଆ ଗୋଟେଇଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରଗତୀ ମୈଦାନ ଇଣ୍ଟିଗ୍ରେଟେଡ କରିଡର ଟନେଲ ଏବଂ ଅଣ୍ଡରପାସର ଉଦଘାଟନ କରିଛନ୍ତି । ଉଦଘାଟନ ପରେ ରାସ୍ତା କଡ଼ରେ ପଡ଼ିଥିବା ଗୋଟିଏ ଖାଲି ପାଣି ବୋତଲ ଓ ଅଳିଆଗୁଡ଼ିକୁ ଖାଲି ହାତରେ ଗୋଟାଇ ଅନ୍ୟତ୍ର ଫୋପାଡ଼ିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କିଛି ଲୋକ ଏହା ପ୍ରଚାରର ଷ୍ଟଣ୍ଟ ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ସ୍ୱଚ୍ଛ ଭାରତ ଅଭିଯାନର ପ୍ରକୃତ ଉଦାହରଣ ବୋଲି ମତ ରଖିଛନ୍ତି।
ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମୈଦାନ ଟ୍ରାଞ୍ଜିଟ କରିଡର ଅଧୀନରେ ନିର୍ମାଣ ହୋଇଥିବା ବିରାଟ ଅଣ୍ଡରଗ୍ରାଉଣ୍ଡ ଟନେଲକୁ ଉଦଘାଟନ କରିଛନ୍ତି। ଏଥିପାଇଁ ଟନେଲ ରାସ୍ତାକୁ ସଫାସୁତରା କରାଯିବା ସହ କାନ୍ଥକୁ ସାଜସଜା କରାଯାଇଛି। ଉଦଘାଟନ ପରେ ମୋଦି ଚାଲିଚାଲି ଟନେଲରେ ହୋଇଥିବା ବ୍ୟବସ୍ଥାକୁ ଦେଖିବା ପାଇଁ ବାହାରି ଥିଲେ।
ସେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ରାସ୍ତାରେ କିଛି ଛୋଟ ଅଳିଆ ଜରି ପଡ଼ିଥିବା ଦେଖିଥିଲେ। ସେ ତୁରନ୍ତ ଏହାକୁ ଉଠାଇ ଆଗକୁ ବଢ଼ିଥିଲେ। କିଛି ବାଟ ପରେ ଟନେଲ କାନ୍ଥକୁ ଲାଗି ଗୋଟିଏ ପାଣି ବୋତଲ ପଡ଼ିଥିବା ତାଙ୍କ ନଜରକୁ ଆସିଥିଲା। ସେ ଏହାକୁ ମଧ୍ୟ ନିଜେ ଉଠାଇଥିଲେ। ବୋତଲର ଠିପି ଖୋଲି ପୂର୍ବରୁ ଉଠାଇଥିବା ଛୋଟ ଅଳିଆ ଜରିକୁ ତା’ ମଧ୍ୟରେ ଭର୍ତ୍ତି କରିଥିଲେ। ଏହାକୁ ସେ ସମ୍ଭବତଃ ଡଷ୍ଟବିନରେ ପକାଇକୁ ନେଇଥିଲେ। ମୋଦି ଟନେଲ ରାସ୍ତାରୁ ଅଳିଆ ଗୋଟାଇବା ବେଳର ଭିଡିଓ ମଧ୍ୟ ଏନଏନଆଇ ପକ୍ଷରୁ ଟ୍ୱିଟ କରାଯାଇଛି।
Powered by Froala Editor